ସୁନ୍ଦରଗଡ଼ରେ ୧୦ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୯୧୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୮୦୪ ଆକ୍ରାନ୍ତ ଅଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୯୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୨୪୧, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୯,୬୫୯, ବରଗଡ଼ରୁ ୮,୨୦୬, ଭଦ୍ରକରୁ ୬,୪୬୧, ବଲାଙ୍ଗୀରରୁ ୬,୧୩୯, ବୌଦ୍ଧରୁ ୨,୪୨୨, କଟକରୁ ୨୪,୮୪୧, ଦେବଗଡ଼ରୁ ୯୫୯, ଢେଙ୍କାନାଳରୁ ୪,୮୧୬, ଗଜପତିରୁ ୩,୭୯୦, ଗଞ୍ଜ‌ାମରୁ ୨୦,୯୪୩, ଜଗତ୍‌ସିଂହପୁରରୁ ୬,୮୯୪, ଯାଜପୁରରୁ ୧୦,୪୧୬, ଝାରସୁଗୁଡ଼ାରୁ ୫,୯୭୮, କଳାହାଣ୍ଡିରୁ ୪,୭୭୬, କନ୍ଧମାଳରୁ ୫,୪୮୯, କେନ୍ଦ୍ରାପଡ଼ାରୁ ୭,୦୩୧, କେନ୍ଦୁଝରରୁ ୫,୭୯୨, ଖୋର୍ଦ୍ଧାରୁ ୪୬,୯୯୨, କୋରାପୁଟରୁ ୭,୦୭୧, ମାଲକାନଗିରିରୁ ୪,୫୭୮, ମୟୂରଭଞ୍ଜରୁ ୧୦,୬୪୩, ନବରଙ୍ଗପୁରରୁ ୪,୯୨୯, ନୟାଗଡ଼ରୁ ୫,୭୨୫, ନୂଆପଡ଼ାରୁ ୫,୦୩୬, ପୁରୀରୁ ୧୨,୦୧୯, ରାୟଗଡ଼ରୁ ୭,୯୮୧, ସମ୍ବଲପୁରରୁ ୭,୬୯୦, ସୁବର୍ଣ୍ଣପୁରରୁ ୪,୨୫୮, ସୁନ୍ଦରଗଡ଼ରୁ ୧୦,୧୪୭, ଷ୍ଟେଟ୍‌ପୁଲ୍‌ରୁ ୭,୧୨୩ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର