ଭିଡିଓ: ଦେଶର ବଡ଼ ବଡ଼ ସହରରେ ଏମିତି ପାଳନ ହେଲା ଦୀପାବଳି

ନୂଆଦିଲ୍ଲୀ: ଆଲୋକର ପର୍ବ ‘ଦୀପାବଳି’ ବୁଧବାର ଦେଶର ଚାରି ଆଡେ ପାଳନ ହୋଇଛି। ବଡ଼ ବଡ଼ ସହରରେ ଭିନ୍ନ ଆକର୍ଷଣୀୟ ଭାବେ ପାଳନ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଥର ବାଣ ଫୁଟାଇବା ଅପେକ୍ଷା ଘରକୁ ସୁନ୍ଦର ଲାଇଟ୍‌ରେ ସଜାଇବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଆଧ୍ୟାତ୍ମିକ ସହର ଉତ୍ତରପ୍ରଦେଶର ବାରାଣସୀ ଠାରେ ସ୍ୱତନ୍ତ୍ରୀ ଆରତୀର ଆୟୋଜନ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭଗବାନ କେଦାରନାଥଙ୍କ ଦର୍ଶନ ପରେ ଆଇଟିବିପି ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ମୋଦି ଯବାନମାନଙ୍କୁ ମିଠା ଖୁଆଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅରୁଣାଚଳ ପ୍ରଦେଶରେ ସେନାର ଯବାନମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଆମେରିକାର ବିଦେଶ ମନ୍ତ୍ରୀ କହିଛନ୍ତି, ବିଶ୍ୱରେ ପାଖାପାଖି ଏକ ମିଲିୟନ ଲୋକ ଦୀପ ଜାଳି ଦୀପାବଳି ପାଳନ କରିଛନ୍ତି। ସଂଯୁକ୍ତ ରାଷ୍ଟ୍ରରେ ଦୀପାବଳି ଅବସରରେ ଡାକ ଟିକେଟ ଜାରି ହୋଇଛି।

ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲରେ ଭିନ୍ନ ଭିନ୍ନ ରଙ୍ଗର ଏଲଇଡି ଲାଇଟ୍‌ରେ ସଜା ଯାଇଛି। ଯାହାକି ଯାତ୍ରୀଙ୍କୁ ଆକର୍ଷଣ କରୁଛି।

ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ଦୀପାବଳିରେ ଯେଭଳି ଦୃଶ୍ୟମାନ ହେଉଛି, ପର୍ଯ୍ୟଟକ ଏଠାକୁ ବୁଲି ଯିବା ପାଇଁ ନିଶ୍ଚିତ ଭାବରେ ଆଗ୍ରହ ପ୍ରକାଶ କରିବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୀପ ଜାଳି ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

ପଶ୍ଚିମବଙ୍ଗର ହାଓଡା ବ୍ରିଜରେ ଦୀପାବଳି ଅବସରରେ ସ୍ୱତନ୍ତ ଭାବରେ ସଜାଯାଇଛି। ବହୁ ଦୂରରୁ ଏହି ବ୍ରିଜର ମନୋରମ ଦୃଶ୍ୟ ନୂତନ ଅନୂଭୁତି ଆଣି ଦେଉଛି।

ସମ୍ବନ୍ଧିତ ଖବର