କାମାକ୍ଷାନଗର:ଢେଙ୍କାନାଳ ସହରରୁ ଗତ ୪ତାରିଖରେ ଏକ ବାହାଘର କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା କଦଳୀପାଳ ଗ୍ରାମକୁ ଯାଇଥିଲା । ଗ୍ରାମରେ ବାହାଘର ପହଞ୍ଚିବାପରେ ଡିଜେ ସାଉଣ୍ଡର ନାଚରେ କଦଳୀପାଳ ଗାଁ ଦୁଲୁକି ଉଠିଥିଲା । ଆଉ କିଛି ଦୂରରେ କନିଆ ଘର ଥିବା ବେଳେ ହଠାତ ଡିଜେ ଗାଡିରେ କୌଣସି କାରଣରୁ ୧୧ କେଭି ବିଦ୍ୟୁତ ସହିତ ଲାଗି ଯାଇଥିଲା ।
ଯାହାଦ୍ୱାରା କିଛି ଯୁବକ ଗୁରୁତର ଆହାତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ।ହେଲେ ସେମାନଙ୍କ ମଧ୍ୟରୁ ଗୁଡିଆନାଳୀର ଯୁବକ ମଣ୍ଟୁ ପଲେଇ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ମଣ୍ଡୁକୁ ମୃତ ଘୋଷଣା କରିଥିଲେ ।ଗାଁ ଭିତରେ ନାଚୁଥିବା ବେଳେ ଗାଡ଼ିରେ କରେଣ୍ଟ ଲାଗିଗଲା, ଯାହାଫଳରେ ଲୋକମାନେ ବିଦ୍ୟୁତ ଆଘାତରେ ଜଣଙ୍କ ପରେ ଜଣେ ତଳେ ପଡୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/06/ff-2025-07-06-09-42-41.jpg)