ରାୟପୁର: ଜିଲ୍ଲାପାଳ ହେବ ତ ଏମିତି | ସବୁବେଳେ ବିଳମ୍ବରେ ଆସୁଥିବା ସରକାରୀ କର୍ମଚାରୀଙ୍କୁ କଡା ଶିକ୍ଷା ଦେଇଛନ୍ତି ଜିଲ୍ଲାପାଳ | ବିଳମ୍ବରେ ଆସି ଶୀଘ୍ର ଘରକୁ ଚାଲିଯାଉଥିବାର ଅନେକ ଅଭିଯୋଗ ଏହି କର୍ମଚାରୀଙ୍କ ନାମରେ ଥିଲା | ଏହାଦ୍ୱାରା ସରକାରୀ କାମ ବ୍ୟାହତ ହେବା ସହ ଲୋକଙ୍କୁ ସହଯୋଗ ମିଳୁନଥିଲା | ଆଉ ଏନେଇ ଜିଲ୍ଲାପାଳଙ୍କ ପାଖରେ ଖବର ପହଂଚିବା ପରେ ସେ ବିଳମ୍ବରେ ଆସିଥିବା କର୍ମଚାରୀଙ୍କୁ ଉଚିତ ଶିକ୍ଷା ଦେଇଥିଲେ |

Advertisment

 ଛତିଶଗଡ କବୀରଧାମ ଜିଲ୍ଲାପାଳ ବିଳମ୍ବରେ ଅଫିସ ଆସିଥିବାରୁ କର୍ମଚାରୀଙ୍କୁ କାନ ଧରାଇ ଅଫିସ ସମ୍ମୁଖରେ ଛିଡା କରାଇଥିଲେ | କାନ ଧରି କ୍ଷମା ମାଗିବା ସହ କର୍ମଚାରୀଙ୍କୁ କାରଣ ଦର୍ଶାଓ ନୋଟିସ ମଧ୍ଯ ଜାରି କଲେ କବୀରଧାମ ଜିଲ୍ଲାପାଳ ଗୋପାଳ ବର୍ମା। ମିଳିଥିବା ସୂଚନା ମୁତାବକ ଜିଲ୍ଲାପାଳ ହଠାତ କବୀରଧାମ ଜିଲ୍ଲାପଂଚାୟତ କାର୍ଯ୍ୟାଳୟରେ ପହଁଚି ଉପସ୍ଥାନ ରେଜିଷ୍ଟର ଧରି ଜଗି ବସି ଥିଲେ। ଆଉ ବିଳମ୍ବରେ ଆସି ଥିବା କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଏମିତି ଦଣ୍ଡିତ କରିଥିଲେ। ଏହି ଘଟଣାଟି ଗତ ୩ ତାରିଖରେ ଘଟିଥିବାବେଳେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହୋଇଛି |