ରାଉରକେଲା: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିର କେମିତି ଅପବ୍ୟୟ ହୋଇଛି, ପ୍ରସିଦ୍ଧ ଶୈବପୀଠ ମୁଖ୍ୟରାସ୍ତାରୁ ଜଳଜଳ ହୋଇ ଦିଶୁଛି। କେବଳ ମୁଖ୍ୟ ରାସ୍ତା ନୁହେଁ, ବେଦବ୍ୟାସ ପୀଠ ପରିସରସ୍ଥ ସୌନ୍ଦର୍ଯ୍ୟକରଣ କାମର ସମାନ ସ୍ଥିତି। ତଦାରଖ କରୁଥିବା ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି। କାମ କରୁଥବା ସଂସ୍ଥାଗୁଡ଼ିକ ବିଲ୍ ନେଇ ଚାଲିଯାଇଛନ୍ତି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆ ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବେଦବ୍ୟାସ ପ୍ରବେଶପଥରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତାରେ ଲାଗିଥିବା ଦାମି ଚାରା (ପାମ୍ ଟ୍ରି) ଆଦୌ ଦିଶୁନି।
ଗତ ପ୍ରାୟ ୩ ବର୍ଷ ତଳେ ରାସ୍ତା ମଝିରେ ସୌନ୍ଦର୍ଯ୍ୟକରଣ ପାଇଁ କୁଆରମୁଣ୍ଡା ରେଞ୍ଜ ପକ୍ଷରୁ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଲାଗିଥିଲା ପାମ୍ ଟ୍ରି। ସିମେଣ୍ଟ କୁଣ୍ଡ, ଜାଲି ଓ ଚାରା ବାବଦରେ ଗୋଟାକୁ ୩ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଦୁଇକିମି ରାସ୍ତାରେ ଲାଗିଥିବା ୩୦୦ରୁ ଅଧିକ ଗଛରୁ ଗୋଟିଏ ବି ଦେଖାଯାଉନି। ରକ୍ଷଣାବେକ୍ଷଣ ଦାୟିତ୍ବ ଥିଲା କୁଆରମୁଣ୍ଡା ରେଞ୍ଜ୍ର। ଦାମି ଗଛ ଲାଗିବାର ପ୍ରାୟ ବର୍ଷେ ଯାଏ ସବୁ ଠିକ୍ଠାକ୍ ଥିଲା। ସିମେଣ୍ଟ କୁଣ୍ଡରେ ବି ଡିଏମ୍ଏଫ୍ ଲେଖା ଯାଇଥିଲା। ପରବର୍ତ୍ତୀ ସମୟରେ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ପାଣି ଅଭାବରୁ ଗଛଗୁଡ଼ିକୁ ଗୋଟିଏ ପରେ ଗୋଟିଏ ମରିବାକୁ ଲାଗିଲା। ସିମେଣ୍ଟ ଖୁଣ୍ଟ ଭାଙ୍ଗିଲା। ଗଛ ମରିଯିବାରୁ କୁଣ୍ଡ ଚାରିପାର୍ଶ୍ବରେ ଥିବା ଜାଲି ଚୋରି ହେଲା। ମଝି ରାସ୍ତାରେ କେବଳ ଭଙ୍ଗା ସିମେଣ୍ଟ କୁଣ୍ଡ, କେତୋଟି ଜାଲି ଦେଖାଯାଉଛି। କିଛି ସ୍ଥାନରେ ସିମେଣ୍ଟ କୁଣ୍ଡ ଭାଙ୍ଗି ମାଟିରେ ମିଶିଯାଇଛି। ଅନ୍ୟ କିଛି ସ୍ଥାନରେ କୁଣ୍ଡ କି ଜାଲି କିଛି ନାହିଁ।

ଡିଏମ୍ଏଫ୍ ପାଣ୍ଠିର ଏମିତି ଅପବ୍ୟୟକୁ ନେଇ ସ୍ଥାନୀୟ ଲୋକ ଓ ବେଦବ୍ୟାସ ବୁଲି ଆସୁଥିବା ପର୍ଯ୍ୟଟକମାନେ ପ୍ରଶ୍ନ ଉଠାଇଛନ୍ତି। ବେଦବ୍ୟାସ ମୁଖ୍ୟ ଗେଟ୍ରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମଝିର ସୌନ୍ଦର୍ଯ୍ୟକରଣ ନାଁରେ ହରିଲୁଟ୍ କରିଥିବା ଠିକା ସଂସ୍ଥା ଓ ତଦାରଖ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି। ଯଦି ମନ୍ଦିର ଯିବା ରାସ୍ତାର ସୌନ୍ଦର୍ଯ୍ୟକରଣ ଏମିତି, ମନ୍ଦିର ଚତୁଃପାର୍ଶ୍ବ ବିକାଶ କେମିତି ହେଉଥିବ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ଆଗାମୀ ଦିନରେ ହେବାକୁ ଯାଉଥିବା କାମର ମାନକୁ ନେଇ ବେଦବ୍ୟାସ ଟ୍ରଷ୍ଟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଦରକାର, ନ ହେଲେ ବେଦବ୍ୟାସ ତୀର୍ଥସ୍ଥଳ ଏହାର ଆକର୍ଷଣ ହରାଇବ ଓ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।