ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଜନ୍ମାଷ୍ଟମୀରେ କିଛି ଏପରି କାମ ଅଛି, ଯାହାକୁ କଲେ ଶୁଭ ମନାଯାଏ। ଏହି ଦିନ କୃ‌ଷ୍ଣଙ୍କ ପୂଜାର ବି‌ଶେଷ ମହତ୍ବ ରହିଛି। ଆପଣ ଉପାସ ବ୍ରତ ନକଲେ ବି କୃଷ୍ଣଙ୍କ ଫଟୋ କିମ୍ବା ମୂର୍ତ୍ତି ପୂଜା କରନ୍ତୁ।

ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

ଜନ୍ମାଷ୍ଟମୀରେ ଦକ୍ଷିଣବର୍ତ୍ତୀ ଶଙ୍ଖରେ ପାଣି ପୂରାଇ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରାନ୍ତୁ। ଏମିତି କରିବା ଦ୍ବାରା ଘ‌ରେ ମହାଲକ୍ଷ୍ମୀ ବାସ କରିଥାନ୍ତି ବୋଲି ଲୋକବିଶ୍ବାସ ରହିଛି।

ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

ଜନ୍ମାଷ୍ଟମୀ ଦିନରେ ଲଡୁଗୋପାଳଙ୍କ ଆରାଧନା କରନ୍ତୁ। ସେଥିପାଇଁ ମୟୂରପଙ୍ଖ, ଗାଈ କ୍ଷୀର ଓ ମିଠା ଦେଇ ଲଡୁଗୋପାଳଙ୍କ ପୂଜା କରନ୍ତୁ। ଏମିତି କରିବା ଦ୍ବାରା ଘରର ସବୁ ସମସ୍ୟା ଦୂର ହୋଇଥାଏ ବୋଲି ମତ ରହିଛି।

ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

ଜନ୍ମାଷ୍ଟମୀରେ ଚନ୍ଦନ କିମ୍ବା କେଶରରେ ଗୋଲାପ ଜଳ ମିଶାଇ ମଥାରେ ଲଗାନ୍ତୁ। ଏମିତି କରିବା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ମିଳେ ବୋଲି ବିଶ୍ବାସ କରାଯାଏ। ଏହାସହିତ ଜନ୍ମାଷ୍ଟମୀରେ କୃ‌ଷ୍ଣଙ୍କୁ ଜଟ ଥିବା ନଡ଼ିଆ ଓ ୧୧ଟି ବାଦାମ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ବୋଲି କିଂବଦନ୍ତି ରହିଛି।

ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଜନ୍ମାଷ୍ଟମୀରେ ଘରକୁ ଆଣିଲେ ତାହା ଆପଣଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ଥ ହୋଇପାରେ। ସେଥିମଧ୍ୟରେ ରହିଛି ଗଙ୍ଗାଜଳ, ଚନ୍ଦନ, ମହୁ ଧ ଝୁଣା । ଜନ୍ମାଷ୍ଟମୀ ଦିନରେ ଏହି ସବୁ ସାମଗ୍ରୀ ଘରକୁ ଆଣିଲେ ଶୁଭ ହୋଇଥାଏ।

ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

କୃଷ୍ଣଙ୍କ ଜନ୍ମ ସ୍ଥାନ ମଥୁରା ଏବ˚ ସେ ବଢ଼ିଥିବା ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୋଇଥାଏ। ଏହି ଉପଲକ୍ଷେ ରାସଲୀଳାର ଆୟୋଜନ ସହିତ ମନ୍ଦିରମାନଙ୍କରେ ଭାଗବତ ପୁରାଣ ଓ ଗୀତା ପାଠ କରାଯାଏ, ଉପବାସ ରଖାଯାଏ ଏବଂ କୃଷ୍ଣଙ୍କର ଭକ୍ତିଗୀତ ଗାନ କରାଯାଏ।

ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ ସା˚ସାରିକ ମୋହ-ମାୟାଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ବାସ ରହିଛି। ଏହି ଅବସରରେ ମହାରାଷ୍ଟ୍ରରେ ଦହି ହାଣ୍ତି ଭାଙ୍ଗିବାର ପରମ୍ପରା ରହିଛି।

ଜନ୍ମାଷ୍ଟମୀରେ କରନ୍ତୁ ଏହି ସବୁ କାମ

ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀର ସ୍ୱତନ୍ତ୍ର ନୀତି ତଥା ପୂଜାର୍ଚ୍ଚନାର ବିଧି ପାଳନ ହୋଇଥାଏ।