ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଖେଳୁଥିବା ବେଳେ ୪ ବର୍ଷର ଶିଶୁ ପୁତ୍ର ମୁଣ୍ଡରେ ପଶିଲା ଷ୍ଟିଲ ଗରା।  ଘର ଲୋକ ଚେଷ୍ଟା କରି ବିଫଳ ହେବା ପରେ ବଣାଇ ହସ୍ପିଟାଲକୁ ଆଣିଥିଲେ l ପରେ ବହୁ ଚେଷ୍ଟା କରି ଗରା ବାହାରି ଥିଲା l

Advertisment

ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ ଘରେ ଷ୍ଟିଲ ଗରାକୁ ଧରି ଖେଳୁଥିଲା ବେଳେ ମୁଣ୍ଡରେ ପଶି ଯାଇଥିଲା । ଫଳରେ ମାଆ ଓ ତାଙ୍କର ପରିବାର ବର୍ଗ ମୁଣ୍ଡରୁ ବାହାର କରିବା ପାଇଁ ବହୁ ଚେଷ୍ଟା କଲେ ସୁଦ୍ଧା ଷ୍ଟିଲ ଗରାଟି ଆଉ ନ ବାହାରିବାରୁ ସେମାନେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଷ୍ଟିଲ ଗରାଟି ମୁଣ୍ଡରୁ ବାହାରି କରିବା ପାଇଁ ବହୁ ଚେଷ୍ଟା କରିବା ପରେ ବିଫଳ ହୋଇ ଶେଷରେ  ରାଉରକେଲା ନେବା ପାଇଁ  ବାହାରୁଥିବା ବେଳେ ଦାୟିତ୍ବରେ ଥିବା ଡାକ୍ତର ପ୍ରଭାତ ରଞ୍ଜନ ସିଂ, କର୍ମଚାରୀ ଆକାଶ ରାୟ, ବୀରେନ୍ଦ୍ର ନାଏକ ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ କଇଁଚି ଓ କଟର ସାହାଯ୍ୟରେ କାଟି ଶିଶୁକୁ ଉଦ୍ଧାର କରିଥିଲେ।  ଶିଶୁ ଏବେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।