ଚିଲିକାରେ ଭାସୁଛି ଡଲଫିନ୍‌ର ମୃତଦେହ, ମାସକ ମଧ୍ୟରେ ୩ୟ ଘଟଣା

ଚିଲିକା: ଏସିଆ ମହାଦେଶର ଅନ୍ୟତମ ବୃହତ୍ତମ ହ୍ରଦ ‘ଚିଲିକା’ରେ ଶନିବାର ପୁଣି ଥରେ ଏକ ଡଲଫିନ୍‌ର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଠାବ କରିଛନ୍ତି। ସୂଚନା ଅନୁସାରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଂଚଳର ନୂଆପଡ଼ା ଘାଟ ନିକଟରେ ଡଲଫିନ୍‌ର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ସୂଚନା ଯୋଗ୍ୟ ଡଲଫିନଙ୍କ ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ଚିଲିକା ଅସୁରକ୍ଷିତ ହୋଇଯାଇଛି। ଗୋଟିଏ ମାସ ମଧ୍ୟରେ ୩ଟି ଡଲଫିନ୍‌ର ମୃତ୍ୟୁ ହୋଇସାରିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଡଲଫିନ୍‌ ପାଣିରୁ ଉଦ୍ଧାର ହୋଇପାରି ନାହିଁ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ନାହାନ୍ତି।

ସୂଚନାଯୋଗ୍ୟ ୨୦୧୮ ଡିସେମ୍ବରରେ ମଧ୍ୟ ଚିଲିକାରେ ୨ଟି ଡଲଫିନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଅରଖକୁଦା ଥାନାର ଢୋଲକୁଦା ନିକଟ ଜଳରାଶିରୁ ମୃତ ଡଲଫିନ୍‌କୁ ଉଦ୍ଧାର କରାଯାଇଥିଲା।  ଚିଲିକା ପକ୍ଷୀ ଅଭୟାରଣ୍ୟରୁ ଏକ ମୃତ ଡଲଫିନ୍‌କୁ ଉଦ୍ଧାର କରାଯାଇଥିଲା। ୨୦୧୮ରେ ଚିଲିକା ଗର୍ଭରୁ ୪ଟି ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଚିଲିକାରେ ବାରମ୍ବାର ଡଲଫିନ୍‌ର ମୃତଦେହ ଉଦ୍ଧାର ହେବା ଘଟଣା ନେଇ ପ୍ରକୃତିପ୍ରେମୀଙ୍କ ମନରେ ଆଘାତ ଲାଗିଛି।

 

ସମ୍ବନ୍ଧିତ ଖବର