ନୂଆଦିଲ୍ଲୀ: କଶ୍ମିରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ୍ଙ୍କ ବିପକ୍ଷରେ ଅଦାଲତ ଦେଇଥିବା ରାୟ ପାଇଁ ନୂଆଦିଲ୍ଲୀକୁ ସମାଲୋଚନା କରି ‘ଓଆଇସି-ଆଇପିଏଚ୍ଆର୍ସି’ (ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କର୍ପୋରେସନ୍-ଇଣ୍ଡିପେଣ୍ଡେଣ୍ଟ୍ ପର୍ମାନେଣ୍ଟ୍ ହ୍ୟୁମାନ୍ ରାଇଟ୍ସ୍ କମିସନ୍) ଦେଇଥିବା ମନ୍ତବ୍ୟ ‘ଅଗ୍ରହଣୀୟ’ ବୋଲି ଶୁକ୍ରବାର ଦିନ ଭାରତ କହିଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗ୍ଚୀ କହିଲେ, ଆତଙ୍କବାଦ ବିରୋଧରେ ବିଶ୍ବ କଠୋର ନୀତି ଗ୍ରହଣ କରୁଛି। ଆତଙ୍କବାଦକୁ ସୁରକ୍ଷା ନ ଦେବା ଲାଗି ‘ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କର୍ପୋରେସନ୍’କୁ ଅନୁରୋଧ କରୁଛୁ।
/sambad/media/post_attachments/wp-content/uploads/2022/05/YasinM.jpg)
ବାଗ୍ଚୀ କହିଛନ୍ତି, ୟାସିନ୍ ମଲିକଙ୍କ ମାମଲାର ରାୟ ପାଇଁ ଆଜି ଭାରତକୁ ସମାଲୋଚନା କରି ‘ଓଆଇସି-ଆଇପିଏଚ୍ଆର୍ସି’ ଦେଇଥିବା ମନ୍ତବ୍ୟକୁ ଭାରତ ‘ଅଗ୍ରହଣୀୟ’ ବୋଲି ବିବେଚନା କରୁଛି। ଏଭଳି ମନ୍ତବ୍ୟ ଦେଇ ‘ଓଆଇସି-ଆଇପିଏଚ୍ଆର୍ସି’ ପଞ୍ଜିକୃତ ହୋଇ ଅଦାଲତରେ ଦାଖଲ କରାଯାଇଥିବା ୟାସିନ୍ ମଲିକ୍ଙ୍କ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଛି ବୋଲି ଜଣାପଡୁଛି।
ସୂଚନାଯୋଗ୍ୟ, ‘ଏନ୍ଆଇଏ’ ଅଦାଲତ ମଲିକଙ୍କ ବିରୋଧରେ ଦେଇଥିବାର ରାୟ ଉପରେ ‘ଓଆଇସି-ଆଇପିଏଚ୍ଆର୍ସି’ର ମନ୍ତବ୍ୟ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ବାଗ୍ଚୀ ଉପରୋକ୍ତ କଥା କହିଛନ୍ତି।