ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍-ଇନ୍ ଟିକାକରଣ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ଲେଖାଥିବା ସୂଚନା ମୁତାବକ, ଏହି ଡ୍ରାଇଭ୍-ଇନ୍ ଟିକାକରଣ କୋଭିଡ୍ ଟିକାକରଣ ନିୟମ ଉଲ୍ଲଘଂନ କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିୟମ ମୁତାବକ, କୋଭିଡ୍ ଟିକାକରଣ ସମୟରେ ପଯ୍ୟାପ୍ତ ଜାଗା, ଭ୍ୟାକ୍ସିନେସନ ରୁମ୍ ଏବଂ ଅପେକ୍ଷା ପାଇଁ ସ୍ୱତନ୍ତ୍ର କକ୍ଷ ରହିବା ଆବଶ୍ୟକ । ହେଲେ ଡ୍ରାଇଭ୍-ଇନ୍ ଭ୍ୟାକ୍ସିନେସନ ହେଲେ ଏହି ନିୟମର ଉଲ୍ଲଘଂନ ହେଉଛି । କିଛି ସ୍ଥାନରେ ଲୋକମାନେ ଅଧ ଘଣ୍ଟା ପାଇଁ ଅପେକ୍ଷା ନକରି ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଏବେ ସ୍ୱାସ୍ଥ୍ୟ ବିଭାଗ ଏହି ଡ୍ରାଇଭ୍-ଇନ୍ ଟିକାକରଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟରେ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ନିଷ୍ପତ୍ତି, ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍
/sambad/media/post_attachments/wp-content/uploads/2021/05/vaccine-covid-aaa.jpg)