ଦେଓଗାଁ/ବଲାଙ୍ଗୀର: ପ୍ରେମ, ସମ୍ପର୍କ ଆଉ ମୃତ୍ୟୁ ମଧ୍ୟରେ କିଛି କନେକ୍ସନ ଥାଏ କି? ପ୍ରେମର ଶେଷ ପରିଣତି କ’ଣ ମୃତ୍ୟୁ ହୁଏ କି? ବଦନାମ ହେବାର ଭୟ କଣ ମୃତ୍ୟୁ ଆଡକୁ ବାଟ କଢାଇନିଏ କି? ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଗତ ୨୩ ତାରିଖ ଦିନ ଘଟିଥିବା ଜଣେ ଯୁବକଙ୍କ ମୃତ୍ୟୁ ଏବେ ସେଦିଗକୁ ହିଁ ଇସାରା କରୁଛି। ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଯେ ଜଣକୁ ଶେଷ କରିଦେଇପାରେ ତାହାର ଏକ ନିଛକ କାହାଣୀ ଏବେ ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳର ଲୋକେ, ସୋସିଆଲ ମିଡିଆର ବ୍ୟବହାରକାରୀ ଏମିତି ଚର୍ଚ୍ଚା କରୁଛନ୍ତି।
ଇସ୍କ ବର୍ଷାରେ ଭିଜୁ ଭିଜୁ ସମ୍ପର୍କର ସ୍ବପ୍ନ ବୋଧେ ରେଳଧାରଣାରେ ଶେଷ ହୋଇଯିବ ତାହାର କଳ୍ପନା କରିପାରିନଥିଲେ ସଇଁତଳାର ଟିଙ୍କୁ ସେଠ। ୩ ଦିନ ତଳେ ରେଳଧାରଣାରୁ ତାଙ୍କର ମୃତଦେହ ମିଳିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଜିଆରପି ପୁଲିସ ଏକ ହାତ ଲେଖା ଚିଠି ସହ ମୋବାଇଲ ଜବତ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଟିଙ୍କୁ ସେଠଙ୍କ ପରିବାର ସଦସ୍ୟ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବାବେଳେ ଏହାପଛରେ ଜଣେ ସ୍କୁଲ ଦିଦି ଓ ତାଙ୍କ ପରିବାର ସଦସ୍ୟ ଥିବାର ଅଭିଯୋଗ କରିଛନ୍ତି। ଅନ୍ୟପଟେ ଟିଂକୁ ଓ ସ୍କୁଲ ଦିଦିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି।
କେବଳ ଏତିକି ନୁହେଁ ମୃତ୍ୟୁ ପୂର୍ବରୁ ଟିଂକୁ ତାଙ୍କ ପ୍ରେମ କାହାଣୀ ଓ ଫଟୋ ଭାଇରାଲ ହେବା ପରେ କିଭଳି ଟାହିଟାପରା ଅସହ୍ୟ ଯନ୍ତ୍ରଣା ଦେଉଛି ତାହା ବଖାଣୁଥିବାର ଏକ ଅଡିଓ ମଧ୍ୟ ଭାଇରାଲ ହେଉଛି। ଏଥିରେ ଦିଦି ଜଣକ କହୁଥିବାର ଶୁଣିବାକୁ ମିଳୁଛି ଯେ, 'ପାଗଳଙ୍କ ଭଳି କାହିଁକି ହେଉଛ, ଆଉ ଟିଙ୍କୁ କହୁଛନ୍ତି ଯେ ତୁମେ ହିଁ ମୋତେ ପାଗଳ କରିଦେଇଛ'। ତେବେ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।
Balangir Teacher
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/26/hhhhh-2025-07-26-13-49-58.jpg)