ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଣ୍ଡିବେଡ଼ ବଜାର ନିକଟରେ ଉପୁଡ଼ି ପଡ଼ିଥିବା ଗଛକୁ ଧକ୍କା ଦେଇଛି ବସ୍l ବସଟି ହେଉଛି ବିଟି ଆଣ୍ଡ ବିଟି l ଏହି ବସ୍ ଆଜି ଭୋର ସମୟରେ ଔପଦାରୁ ଭୁବନେଶ୍ୱର ଯାଉଥିଲା l ଡ୍ରାଇଭରଙ୍କ ହାତରେ କାଚ ବାଜି ସାମାନ୍ୟ ଆହତ ହୋଇଥିବା ବେଳେ ବସରେ ଥିବା ୭ ଜଣ ଯାତ୍ରୀ ସୁରକ୍ଷିତ ରହିଛନ୍ତି l ଆଜି ସକାଳ ୫ଟା ୩୦ ମିନିଟରେ ଔପଦା ଗଣ୍ଡିବେଡ଼ ରାସ୍ତାରେ ପଡିରହିଥିବା ଏକ ଗଛକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଛି। ଯାହାଫଳରେ ବସର କାଚ ଭାଙ୍ଗିବା ସହ ଯାତ୍ରୀମାନେ ସାମାନ୍ୟ ଆହାତ ହୋଇଛନ୍ତି।
ଘଟଣାମୁତାବକ ଓଡି ୦୪ କେ ୮୯୪୪ ନମ୍ବରର ବିଟି ଏଣ୍ଡ ବିଟି ନାମରେ ଏକ ଘରୋଇ ବସ ଔପଦାରୁ ୭ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଗତକାଲିର ବାତ୍ୟା ପ୍ରଭାବରେ ଗାଣ୍ଡିବେଡ଼ ନିକଟରେ ରାସ୍ତା ଉପରେ ସୋଇଥିବା ଗୋଟେ ଗଛକୁ ବସଟି ପିଟିବା ଥିଲା। ଦୁର୍ଘଟଣାରେ ଯାତ୍ରୀମାନେ ସାମାନ୍ୟ ଆହତ ହୋଇ ଥିବାବେଳେ ପୂର୍ତ୍ତ ବିଭାଗର ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବାର ଲୋକମାନେ ଅଭିଯୋଗ କରିଛନ୍ତି। ଗତକାଲି ଅପରାହ୍ନରେ ବାତ୍ୟାରେ ହୋଇଥିବା ପବନରେ ଗଛଟି ରାସ୍ତା ଉପରେ ବିପଦ ଅବସ୍ଥାରେ ଶୋଇ ଥିଲା। ଛୋଟ ଗାଡିଗୁଡ଼ିକ ଭୟରେ ସେଠାରେ ଯାତାୟତ କରୁଥିଲେ। ମାତ୍ର ପୂର୍ତ୍ତ ବିଭାଗ ଏହାକୁ ଅଣଦେଖା କରିଥିଲା। ଯାହାଫଳରେ ଗତକାଲି ଠାରୁ ଏକ ବଡ଼ ଚିପ୍ସ ଟ୍ରକ ସେହି ସ୍ଥାନରେ ଅଟକି ଥିବାବେଳେ ଆଜି ସକାଳୁ ବସଟିର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାର ୩ ଘଣ୍ଟା ପରେ ଗଛଟି କଟାଯିବା ପରେ ଏବେ ଗଣ୍ଡିବେଡ଼- ଔପଦା ରାସ୍ତାରେ ଯାତାୟତ ସମ୍ଭବ ହୋଇଛି।