ଯାଜପୁର: ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତକାଣ୍ଡ। ଅଧା ରାସ୍ତାରେ ଯାତ୍ରୀବାହୀ ବସକୁ ଠିଆ କରି ଆବର୍ଜନା ପୋଖରୀକୁ ଡିଆଁ ମାରିଲେ ଆଉ ଜଳକ୍ରୀଡା କଲେ ।ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀ ଛକରେ ଘଟିଛି ଏହି ଘଟଣା। ସୂଚନାଯୋଗ୍ୟ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ନିଜେ ଚଳାଉଥିବା ଯାତ୍ରୀବାହୀ ବସଟିକୁ ଠିଆ କରି ହଠାତ ଆବର୍ଜନା ପୋଖରୀ ମଧ୍ୟରେ ଜଳକ୍ରୀଡ଼ା ପାଇଁ ଲମ୍ଫ ମାରିଥିଲେ ।
ଆଉ ସେହି ଦଳ ଓ ଆବର୍ଜନା ଭର୍ତି ନାଳରେ ବହୁ ସମୟ ଧରି ଜଳକ୍ରୀଡା କରିଥିଲେ | ଏଣେ ବାଟରେ ଯାଉଥିବା ଲୋକ ବି ଏହି ଦୃଶ୍ୟ ଦେଖି ତାଜୁବ | ବସରେ ଯାତ୍ରୀମାନେ ବହୁ ସମୟ ଧରି ଅପେକ୍ଷା କରିଥିବାବେଳେ ମଦ ନିଶାରେ ଚୁର ଡ୍ରାଇଭର ଜଣକ ନାଳରେ ଜଳକ୍ରୀଡା କରିବାରେ ବ୍ୟସ୍ତ ଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/23/pokhari-2025-06-23-13-08-05.jpg)