ସୋର: ବାଲେଶ୍ବର ଜିଲ୍ଲା ସୋର-କୁପାରି ରାସ୍ତାରୁ ବେଆଇନ୍ ଭାବେ ପଥର ଓ ବାଲିଚାଲାଣ କରୁଥିବା ଡମ୍ଫରକୁ ଜବତ କରିଛି ଜବତ କରିଛି ତହସିଲ ପ୍ରଶାସନ। ଆଜି ସକାଳେ ସୋର ବସଷ୍ଟାଣ୍ଡ ନିକଟରୁ ଏକ ବାଲି ବୋଝେଇ ଡମ୍ଫରକୁ ଜବତ କରାଯାଇଛି।ଏଣେ ଗତକାଲି ସନ୍ଧ୍ୟାରେ ଏକ ପଥର ବୋଝେଇ ଡମ୍ଫରକୁ ଜବତ କରିଥିଲା ସୋର ତହସିଲ ପ୍ରଶାସନ।
ସୋର ତହସିଲଦାର ଶେଖ ସାଗିରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଦୈତାରି ମଲିକ ସୋର ତହସିଲ ଅଧୀନ ସୋର-କୁପାରି ରାସ୍ତାରେ ପଥର ବୋଝେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ମାଫିଆମାନେ ଗାଡ଼ି ଚଳାଚଳ ବନ୍ଦ କରିଥିବା ବେଳେ ଖଇରାରୁ ସୋର ଅଭିମୁଖେ ଆସିଥିବା ଓଆର ୧୬ସି ୪୪୬୧ ନମ୍ବର ବିଶିଷ୍ଟ ଗାଡ଼ିଟିକୁ ଅଟକାଇ ବେଆଇନ ପଥର ଚାଲାଣ ହେଉଥିବା ଜାଣିପାରି ଗାଡ଼ିଟିକୁ ସୋର ଥାନାକୁ ହସ୍ତାନ୍ତର କରିଛନ୍ତି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ସୋର ତହସିଲଦାର ଶେଖ ସାଗିରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଦୈତାରି ମଲିକ ସୋର ତହସିଲ ଅଧୀନ ସୋର-କୁପାରି ରାସ୍ତାରେ ପଥର ବୋଝେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ମାଫିଆମାନେ ଗାଡ଼ି ଚଳାଚଳ ବନ୍ଦ କରିଥିବା ବେଳେ ଖଇରାରୁ ସୋର ଅଭିମୁଖେ ଆସିଥିବା ଓଆର ୧୬ସି ୪୪୬୧ ନମ୍ବର ବିଶିଷ୍ଟ ଗାଡ଼ିଟିକୁ ଅଟକାଇ ବେଆଇନ ପଥର ଚାଲାଣ ହେଉଥିବା ଜାଣିପାରି ଗାଡ଼ିଟିକୁ ସୋର ଥାନାକୁ ହସ୍ତାନ୍ତର କରିଛନ୍ତି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।