କୋରାପୁଟ: ୧୬୦ଦିନରେ ପୂର୍ବତଟ ରେଳବାଇ ନୂଆ ବେଂଚମାର୍କ ସ୍ଥାପନ କରିଛି। ୧୦୦.୪୪ମିଲିୟନ୍ ମାଲପରିବହନ କରି ଏହି ରେକର୍ଡ କରିଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ତୁଳନାରେ ୬.୫ପ୍ରତିଶତ ବୃଦ୍ଧି ପାଇଛି। 

Advertisment

ପୂର୍ବତଟ ରେଳପଥ ଅଧିନରେ ଥିବା ଖୋର୍ଦ୍ଧା ରୋଡ ଡିଭିଜନ ୬୦.୩୮ମିଲିୟାନ୍ ମାଲ ପରିବହନ କରିଛି। ସେହିପରି ୱାଲଟିୟର ଡିଭିଜନରେ ୨୨.୬୮ମିଲିୟାନ୍  ଓ ସମ୍ବଲପୁର ଡିଭିଜିନରେ ୧୭.୩୮ମିଲିୟାନ୍ ମାଲପରିବହନ କରାଯାଇଛି। ବିଶାଖାପାଟଣା ,ପାରାଦୀପ ,ଗଙ୍ଗାଭରମ୍, ଗୋପାଳପୁର, ଓ ଧାମରା ବନ୍ଦର ଗୁଡିକରୁ ରେଳଦ୍ବାରା ଷ୍ଟିଲ, ଆଲୁମନିୟମ୍,ଲୁହାପଥର ଓ କୋଇଲା ଆଦି ରତ୍ପାନୀ କରାଯାଇଛି। ୩ଡିଭିଜନ ପକ୍ଷରୁ ଏହି ସବୁ ବନ୍ଦର ଜରିଆରେ ମାଲ ଆମଦାନୀ ବି ହୋଇଥିବା ସୂଚନା ମିଳିଛି। ମାଲପରିବହନରେ ଏହି ସଫଳତା ପୂର୍ବତଟ ରେଳବାଇ ପାଇଁ ନୂଆ ବେଂଚ ମାର୍କ। 

ପୂର୍ବତଟ ରେଳପଥ ଅଧିନରେ ଥିବା ଖୋର୍ଦ୍ଧା ରୋଡ ଡିଭିଜନ ୬୦.୩୮ମିଲିୟାନ୍ ମାଲ ପରିବହନ କରିଛି। ସେହିପରି ୱାଲଟିୟର ଡିଭିଜନରେ ୨୨.୬୮ମିଲିୟାନ୍  ଓ ସମ୍ବଲପୁର ଡିଭିଜିନରେ ୧୭.୩୮ମିଲିୟାନ୍ ମାଲପରିବହନ କରାଯାଇଛି।