ନୂଆଦିଲ୍ଲୀ : ବିଜେପି ସହ ସାମିଲ ହୋଇ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ କ୍ରିକେଟର ଗୌତମ ଗମ୍ଭୀର । ଏହା ପରେ ତାଙ୍କୁ ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ କରାଯାଇଥିଲା । ତେବେ ମତଦାନ ନ ହେବା ପୂର୍ବରୁ ଗୌତମଙ୍କ ଉପରେ ଏତଲା ରୁଜୁ କରିବା ପାଇଁ ନିର୍ବାଚନ କମିସନ ଆଦେଶ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
/sambad/media/post_attachments/wp-content/uploads/2019/04/GautamGambhir-300x187.jpg)
ଗତକାଲି ଗୌତମ ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ରହିଛି ବୋଲି ଅଭିଯୋଗ କରି ଆପ୍ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ ଅତିଶୀ ହଜାରି କୋର୍ଟରେ ଏତଲା ରୁଜୁ କରିଥିଲେ । ଆଜି ପୁଣି ନିର୍ବାଚନ କମିସନ ଗୌତମ ଗମ୍ଭୀରଙ୍କ ଉପରେ ଏତଲା ରୁଜୁ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ଗମ୍ଭୀର ଜଙ୍ଗପୁରାରେ ଜନସଭା କରିଥିଲେ । ଏପ୍ରିଲ ୨୫ରେ ଜନସଭା କରାଯାଇଥିବା ବେଳେ ଆଜି ସୂଚନା ପାଇ ନିର୍ବାଚନ କମିସନ ଏଭଳି ଆଦେଶ ଦେଇଛନ୍ତି ।