ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ବିଜେପି ଓ କଂଗ୍ରେସ ନେତାଙ୍କୁ ନୋଟିସ୍‌ ଜାରି କଲେ ନିର୍ବାଚନ କମିସନ

ଜୟପୁର: ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ନିର୍ବାଚନ କମିସନ ବୁଧବାର ବିଜେପିର ଜୟପୁର ସାଂସଦ ରାମଚରନ ବୋହରା ଏବଂ ରାଜସ୍ଥାନ କଂଗ୍ରେସର ସାଧାରଣ ସଚିବ ସୁନୀଲ ଶର୍ମାଙ୍କୁ ନୋଟିସ ଜାରି କରିଛନ୍ତି। ବୋହରା ଏବଂ ଶର୍ମା ଜୟପୁରର ବିଭିନ୍ନ ସ୍ଥାନରେ ସଶସ୍ତ୍ର ବଳଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଅପରେସନର ଫଟୋ ନିର୍ବାଚନ ପ୍ରଚାର ପୋଷ୍ଟରରରେ ବ୍ୟବହାର କରିଥିବା ଅଭିଯୋଗରେ ସେମାନଙ୍କୁ ନୋଟିସ୍‌ ପଠାଯାଇଛି। ତିନି ଦିନ ମଧ୍ୟରେ ଏହାର ଉତ୍ତର ରଖିବା ପାଇଁ ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି।

ବୋହରା ଓ ଶର୍ମାଙ୍କୁ ଜିଲ୍ଳା ନିର୍ବାଚନ ଅଧିକାରୀଙ୍କ  ଅଫସ୍‌ ପକ୍ଷରୁ ପଠାଯାଇଥିବା ପତ୍ରରେ ଲେଖାଯାଇଛି,‘ଭାରତୀୟ ସଶସ୍ତ୍ର ବଳ ଓ ସେମାନଙ୍କ ଦ୍ୱାରା କରାଯାଇଥିବା ଅପରେସନର ଫଟୋକୁ ଆପଣ ବିଭିନ୍ନ ପୋଷ୍ଟରରେ ବ୍ୟବହାର କରିଛନ୍ତି ଏହା ଦ୍ୱାରା  ଆଦର୍ଶ ଆଚରଣ ବିଧିର ଉଲଂଘନ କରିଛନ୍ତି । ଏପରି କାହିଁକି କରିଛି ତିନି ଦିନ ମଧ୍ୟରେ ଉତ୍ତର ଦିଅନ୍ତୁ।’

ଉଲ୍ଲେଖଯୋଗ୍ୟ, ଭାରତୀୟ ସେନା କିମ୍ବା ସେନା ଦ୍ୱାରା ହୋଇଥିବା କୌଣସି ପ୍ରକାର ଅପରେସନର ଫଟୋ ବ୍ୟବହାର କରି ନିର୍ବାଚନ ପ୍ରଚାର ନ କରିବା ପାଇଁ ନିକଟ ଅତୀତରେ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିଲେ।  ଆସନ୍ତା ଲୋକସଭା ନିର୍ବାଚନ ଏପ୍ରିଲ୍‌ ୧୧ ତାରିଖରୁ ମେ ୧୯ ତାରିଖ ମଧ୍ୟରେ ହେବ। ଭୋଟ ଗଣତି ହେବ ମେ ୨୩ ତାରିଖରେ।

ସମ୍ବନ୍ଧିତ ଖବର