କୋଲକାତା: ସପ୍ତାହେ ତଳେ ପଶ୍ଚିମବଙ୍ଗର କ୍ରିଷ୍ଣାନଗରୁ ନିଖୋଜ ହୋଇଥିବା ନିର୍ବାଚନ କମିସନର ନୋଡାଲ୍ ଅଫିସର୍ ଅର୍ଣ୍ଣବ ରାଏ ହାଓ୍ଵାଡାରୁ ମିଳିଛନ୍ତି। ଅର୍ଣ୍ଣବଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରି ଆମେ ତାଙ୍କୁ ଧରିଛୁ ବୋଲି ଆଇପିଏସ୍ ଅଫିସର୍ ସୂଚନା ଦେଇ କହିଛନ୍ତି।
ଶ୍ରୀଯୁକ୍ତ ରଏଙ୍କୁ ହାଓ୍ଵଡାର ଏକ ଗୃହ ଭିତରୁ ଆଜି ସକାଳୁ ଉଦ୍ଧାର କରାଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ମାତ୍ର ସେ ଟିକେ କ୍ଳାନ୍ତ ଜଣା ପଡୁଛନ୍ତି ବୋଲି ସିଆଇଡି ଅଫିସର୍ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି।
ରଏଙ୍କୁ କେହି ଅପହରଣ କରି ନେଇଥିଲା ନା ସେ ନିଜେ ନିଜକୁ ଲୁଚାଇ ରଖିଥଲେ ବୋଲି ପଚାରାଯିବାରୁ ଅଫିସର୍ କହିଛନ୍ତି କି ଆମେ ରଏଙ୍କ ସହ କଥା ହେଲା ପରେ ଯାଇ ଏ ସଂପର୍କରେ ସୂଚନା ଦେବୁ।
ଉଲ୍ଲେଖଯେଗ୍ୟେ, ୩୦ ବର୍ଷିଅ ଅଧିକାରୀ ରଏ ରାଣାଘାଟ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଚାଳୁଥିବା ବେଳେ ଇଭିଏମ୍ ଓ ଭିଭିପାଟ୍ ଦାୟିତ୍ୱରେ ରହିଥିଲେ। ଏପ୍ରିଲ୍ ୧୮ ତାରିଖରୁ ସେ ନିଖୋଜ ଥିଲେ। ତେବେ, ସେ ଜାଣି ଜାଣି ନିଖୋଜ ଥିଲେ କି ତାଙ୍କୁ କେହି ଅପହରର କରିଥିଲେ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।