ମୋଦିଙ୍କ ଉପରେ ନିର୍ମିତ ୱେଵ ସିରିଜର ପ୍ରସାରଣ ଉପରେ ରୋକ ଲଗାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଆପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସାରଣ ହେଉଥିବା ୱେଵ ସିରିଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏକ ଆଦେଶ ଜାରି କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ମୋଦି ନିଜେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବାରୁ ତାଙ୍କ ଜୀବନକାହାଣୀକୁ ନେଇ ନିର୍ମିତ ୱେଵ ସିରିଜର ପ୍ରସାରଣ ହୋଇପାରିବ ନାହିଁ । ଏହି  ୱେଵ  ସିରିଜ ଏବେ ଇରୋଜ ନାଓରେ ପ୍ରଦର୍ଶିତ ହେଉଛି ।

ଏହାର ନାଁ ରହିଛି ‘ମୋଦି : ଜର୍ଣ୍ଣି ଅଫ ଏକ କମନ ମ୍ୟାନ’ ( ମୋଦି : ଜଣେ ସାଧାରଣ ବ୍ୟକ୍ତିଙ୍କ କାହାଣୀ ) । ଇତି ମଧ୍ୟରେ ଏହାର ୫ଟି ଏପିସୋଡର ପ୍ରସାରଣ ହୋଇସାରିଲାଣି । ଏହା ବିରୋଧରେ ବି କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲା । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଏହି ୱେଵ ସିରିଜର ଉଦ୍ଦେଶ୍ୟ ହେଉଛି ନିର୍ବାଚନ ସମୟରେ ଲୋକମାନଙ୍କୁ ପ୍ରଭାବିତ କରିବା । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି । ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଉପରେ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ମଧ୍ୟ ରୋକ ଲଗାଇଥିଲେ ନିର୍ବାଚନ ଆୟୋଗ ।

ସମ୍ବନ୍ଧିତ ଖବର