ୟେସ୍‌ ବ୍ୟାଙ୍କ୍‌ର ସଂସ୍ଥାପକ ରାଣା କପୁରଙ୍କୁ ରିମାଣ୍ଡ୍‌ରେ ନେଇପାରେ ପ୍ରବର୍ତ୍ତନ ନିର୍ଦେଶାଳୟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାର ଶୁଣାଣି ନିମନ୍ତେ ୟେସ୍‌ ବ୍ୟାଙ୍କ୍‌ର ସଂସ୍ଥାପକ ରାଣା କପୁରଙ୍କୁ ରବିବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ମୁମ୍ବାଇ ସେସନ୍‌ସ୍‌ କୋର୍ଟରେ ହାଜର କରାଇଛି। ତେଣୁ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ରିମାଣ୍ଡ୍‌ରେ ନେବାକୁ ଚାହିଁ ପାରେ।

ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କ କହିବା ଅନୁସାରେ, ତଦନ୍ତରେ ସହଯୋଗ କରୁ ନ ଥିବାରୁ ‘ପିଏମ୍‌ଏଲ୍‌ଏ’ ଆଇନରେ ରାଣା କପୁରଙ୍କୁ ରବିବାର ଭୋର୍‌ ୩ଟାରେ ଗିରଫ କରାଯାଇଥିଲା।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଏନ୍‌ସିପିଏ ଆପାର୍ଟମେଣ୍ଟ୍‌ରେ ରାଣା କପୁରଙ୍କ ଦୁଇ ଝିଅ ରାଧା ଓ ରୋଶଣିଙ୍କ ବୟାନ ରେକର୍ଡ କରିଥିଲେ। ରାଧାଙ୍କ ସ୍ୱାମୀ ଆଦିତ୍ୟ ଖାନ୍ନାଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ପଚରା ଉଚୁରା କରିଥିଲେ।

Image Source: Zee News

ରାଣା କପୁରଙ୍କ ପତ୍ନୀ ବିନ୍ଦୁ ସମ୍ପ୍ରତି ୧୮ଟି କମ୍ପାନିର ନିର୍ଦେଶିକା ଥିବା ବେଳେ ଝିଅ ରୋଶଣି ୨୩ଟି କମ୍ପାନିର ଓ ରାଧା ୨୦ଟି କମ୍ପାନିର ପଦବୀରେ ଅଛନ୍ତି।

ରିୟଲିଟି ଫାର୍ମ ‘ଦିଓ୍ଵାନ ହାଉସିଂ ଫାଇନାନ୍‌ସ୍‌ କର୍ପୋରେସନ୍‌’କୁ (ଡିଏଚ୍‌ଏଫ୍‌ଏଲ୍‌) ୟେସ୍‌ ବ୍ୟାଙ୍କ୍‌ ଯୋଗାଇଥିବା ଋଣ ସଂକ୍ରାନ୍ତରେ ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ପଚରା ଉଚୁରା କରିଥିଲେ। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ‘ଡିଏଚ୍‌ଏଫ୍‌ଲ୍‌’କୁ ୟେସ୍‌ ବ୍ୟାଙ୍କ୍‌ କୋଟି କୋଟି ଟଙ୍କା ଋଣ ଦେଇଥିଲା ଯାହା ପରବର୍ତ୍ତୀ ସମୟରେ ‘ନନ୍‌ ପର୍ଫମିଙ୍ଗ୍‌ ଆସେଟ୍‌’ରେ ପରିଣତ ହୋଇଯାଇଥିଲା। ଫଳରେ ୟେସ୍‌ ବ୍ୟାଙ୍କ୍‌ର କ୍ଷତି ବଢ଼ି ଚାଲିଥିଲା।

ସମ୍ବନ୍ଧିତ ଖବର