ପ୍ରକାଶ ଥାଉ କି ଯେଉଁ ଦିନ ପୁଟିନ ଓ ମୋଦୀ ଆଶ୍ଳେଷାବଦ୍ଧ ହୋଇଥିଲେ, ସେହି ଦିନ ରୁଷିଆର ‌େକ୍ଷପଣାସ୍ତ୍ର ମାଡ଼ରେ ୟୁକ୍ରେନ୍‌ର ଏକ ଶିଶୁ ହାସପାତାଲ କ୍ଷତିଗ୍ରସ୍ତ ହେବା ସହିତ ଅନେକ ଶିଶୁ ପ୍ରାଣ ହରାଇଥିଲେ। ତେଣୁ ସେ ଦିନ ଏଭଳି ଆଲିଙ୍ଗନର ଦୃଶ୍ୟ ସ୍ବାଭାବିକ ଭାବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କିଙ୍କ ସକାଶେ ଅସହ୍ୟ ହୋଇଥିବ; ସୁତରାଂ, ତାଙ୍କ କ୍ଷୋଭଭରା ଉକ୍ତି ଥିଲା ଏହା (ଆଲିଙ୍ଗନ) ହେଉଛି ‘ଶାନ୍ତି’ ଉପରେ ଏକ ଦାରୁଣ ଆଘାତ। ସେହି ପରିପ୍ରେକ୍ଷୀରେ ଗଲା ସପ୍ତାହର ୟୁକ୍ରେନ୍‌ ଭ୍ରମଣ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ସେହି ହତଭାଗ୍ୟ ନିହତ ଶିଶୁମାନଙ୍କ ସ୍ମୃତି ସ୍ମାରକୀରେ କଣ୍ଢେଇଟିଏ ଥୋଇବା ଏବଂ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ବାତାବରଣରେ ଜେଲନ୍‌ସ୍କିଙ୍କ କାନ୍ଧ ଉପରେ ପ୍ରବୋଧନାମୂଳକ ହାତ ପକାଇ ନିରବରେ ଛିଡ଼ା ହୋଇଥିବାର ଦୃଶ୍ୟରୁ ମିଳିଥିବା ସଂକେତ ମଧ୍ୟ ଅତ୍ୟନ୍ତ ଦୂରଗାମୀ।

Advertisment

ଗଲା ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷିଆ ଗସ୍ତ ଓ ଗଲା ସପ୍ତାହରେ ତାଙ୍କ ୟୁକ୍ରେନ୍‌ ଗସ୍ତ ସର୍ବତ୍ର କୌତୂହଳ ଓ ଚର୍ଚ୍ଚାର ବିଷୟ ହୋଇଛି; କାରଣ ଏହା ସୁବିଦିତ ଯେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଚାଲି ଆସିଥିବା ଦୀର୍ଘକାଳୀନ ଯୁଦ୍ଧ ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ରଙ୍କ ପକ୍ଷ ଓ ବିପକ୍ଷ ଆଧାରରେ ପୃଥିବୀ ଦ୍ବିଧା ବିଭକ୍ତ ହୋଇ ସାରିଥିବା ବେଳେ ଭାରତ ଏ ବ୍ୟାପାରରେ ଏକ ପ୍ରକାର ସ୍ପଷ୍ଟ-ଅସ୍ପଷ୍ଟ ନିରପେକ୍ଷତା ଅବଲମ୍ବନ କରିଥିବା ଦେଖାଯାଇଥାଏ। କିନ୍ତୁ, ଏହା ଦ୍ବାରା ପ୍ରକାରାନ୍ତରେ ଭାରତର ସମର୍ଥନ ରୁଷିଆକୁ ମିଳୁଛି ବୋଲି ଅଭିଯୋଗ କରି ୟୁକ୍ରେନ ସମର୍ଥକ ପାଶ୍ଚାତ୍ୟ ରାଷ୍ଟ୍ର ଗୋଷ୍ଠୀ (ଯୁକ୍ତରାଷ୍ଟ୍ର ଆମେରିକା ସମେତ) ଭାରତକୁ ତୀବ୍ର ସମାଲୋଚନା, କଟାକ୍ଷ, ସଂଶୟ, ସନ୍ଦେହ, ଓ ଭର୍ତ୍ସନା ଇତ୍ୟାଦିର ଶରବ୍ୟ କରି ଚାଲିଛନ୍ତି। ଏଭଳି ସ୍ଥଳେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଯୁଦ୍ଧ ଲିପ୍ତ ଦେଶ ଦ୍ବୟକୁ ଗମନ ଓ ସକ୍ରିୟ ଯୁଦ୍ଧାଞ୍ଚଳ କିଭ୍‌ (ୟୁକ୍ରେନ୍‌ର ରାଜଧାନୀ)ରେ ତାଙ୍କ ସଶରୀର ଉପସ୍ଥିତି, ଯେଉଁ ସୂକ୍ଷ୍ମ ସଂକେତ ଓ ସନ୍ଦେଶ ପ୍ରଦାନ କରିଛି, ତାହାକୁ ଠିକଣା ଭାବେ ବୁଝିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ! କାରଣ, ସେତିକି ହୋଇ ନଥିବାରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସଂଦର୍ଭରେ ଭାରତର ବୈଦେଶିକ ଆଭିମୁଖ୍ୟ କେବଳ ପୂର୍ବାଗ୍ରହ ସଂବଳିତ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟାନର ତରଙ୍ଗମାଳା ସୃଷ୍ଟି କରି ଚାଲିଛି। 
ଏହା ସମସ୍ତଙ୍କୁ ଜଣା ଯେ ୟୁକ୍ରେନ୍‌ ଉପରେ ରୁଷିଅାର ଆକ୍ରମଣରୁ ସୃଷ୍ଟ ଏହି ଯୁଦ୍ଧ ପରେ ରୁଷିଆ ଉପରେ ଜାରି କରାଯାଇଥିବା କଠୋର ଆର୍ଥିକ ବାସନ୍ଦକୁ ଅମାନ୍ୟ କରିବା ଓ ଜାତିସଂଘରେ ରୁଷିଆ ବିରୋଧରେ ଗୃହୀତ ଏକ ନିନ୍ଦା ପ୍ରସ୍ତାବର ଭୋଟ ଦାନରୁ ବିରତ ରହିବା କାରଣରୁ ଏ ଦୁଇଟି ଯାକ ଅଭିଯାନର ପୃଷ୍ଠପୋଷକ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ଗୋଷ୍ଠୀ ତଥା ସେହି ସବୁ ରାଷ୍ଟ୍ରର ଗଣମାଧ୍ୟମ ଭାରତକୁ ରୁଷିଆର ପକ୍ଷଭୁକ୍ତ ରୂ‌େପ ଅଭିହିତ କରିଥିଲେ। ସେହି ସମୟରେ ନିଷ୍ଠୁର ବାସନ୍ଦ ବ୍ୟବସ୍ଥା‌ ପ୍ରେକ୍ଷାପଟ‌େର ‌େଦଶର ଅର୍ଥନୀତିକୁ ବଞ୍ଚାଇବା ଲାଗି ରୁଷିଆ ପକ୍ଷରୁ ଅତ୍ୟନ୍ତ ଶସ୍ତାରେ ବିକ୍ରି କରାଯାଉଥିବା ଖଣିଜ ତୈଳର ମୁଖ୍ୟ କ୍ରେତା ରୂପେ ଅବତୀର୍ଣ୍ଣ ହୋଇଥିଲା ଭାରତ। ଭାରତ ପକ୍ଷରୁ ଏଭଳି ବୈଦେଶିକ ନୀତିକୁ ‘ଷ୍ଟ୍ରାଟେଜିକ୍‌ ଅଟୋନୋମି’ ବା ‘ରଣନୈତିକ ସ୍ବାଧୀନତା’ ବୋଲି ବୁଝାଇ ଦିଆଯାଇଥିଲା, ଯାହାର ଅର୍ଥ ଯେଉଁ ନିଷ୍ପତ୍ତିରେ ରାଷ୍ଟ୍ର ଓ ରାଷ୍ଟ୍ରବାସୀଙ୍କ ସ୍ବାର୍ଥ ସର୍ବୋତ୍କୃଷ୍ଟ ଭାବେ ସୁରକ୍ଷିତ ତାହା ହିଁ ଶ୍ରେୟସ୍କର। କିନ୍ତୁ ସମାଲୋଚକମାନେ ଏହାକୁ ସ୍ବାର୍ଥପର, ଅପରିଣାମଦର୍ଶୀ ଓ ଏପରିକି ନୈତିକ ମେରୁଦଣ୍ଡବିହୀନ ରୂପେ ଅଭିହିତ କରିଥିଲେ, କାରଣ ସେମାନଙ୍କ ମତରେ ପ୍ରଥମେ ଆକ୍ରମଣ କରି ୟୁକ୍ରେନୀ ସାର୍ବଭୌମତ୍ବକୁ ଅତିକ୍ରମଣ କରିବାର ଉଦ୍ୟମ କରିଥିବା ରୁଷିଆକୁ ବିରୋଧ କରିବା ହିଁ ହେଉଛି ଉଚ୍ଚ ନୈତିକାଦର୍ଶ। ସେହି ସମୟରେ ଅନେକ ପାଶ୍ଚାତ୍ୟ ଗଣମାଧ୍ୟମ ଅକ୍ଳାନ୍ତ ଉଚ୍ଚାଟ ସୃଷ୍ଟି କରିବାରେ ବ୍ରତୀ ଥିଲେ ଯେ ଭାରତୀୟ ତୈଳ କ୍ରୟ ଅର୍ଥ ରୁଷିଆକୁ ପରିପୁଷ୍ଟ କରୁଥିବାରୁ ୟୁକ୍ରେନୀୟଙ୍କ ରକ୍ତରେ ଭାରତର ହାତ ରଂଜିତ ହେଉଛି! ଅବଶ୍ୟ, ଏହା ଏକ ଭିନ୍ନ ପ୍ରସଙ୍ଗ ଯେ କଠୋର ବାସନ୍ଦର ଦୃଢ଼ ସମର୍ଥକ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଗୋପନରେ ରୁଷିଆ ଠାରୁ ଅତି ଶସ୍ତାରେ ପ୍ରାକୃତିକ ଗ୍ୟାସ ମଧ୍ୟ କ୍ରୟ କରିବାରେ ବ୍ୟାପୃତ ଥିଲେ ଏବଂ ଭାରତ ଅନ୍ତତଃ ସେମାନଙ୍କ ଭଳି କପଟାଚାରୀ ହେବାର ଦୃଷ୍ଟାନ୍ତ ରଖିନାହିଁ! କେବଳ ସେତିକି ନୁହେଁ, ଭାରତକୁ ସମାଲୋଚନା କରୁଥିବା ଦୃଷ୍ଟି ଏହି ସାମାନ୍ୟ ସତ୍ୟକୁ ମଧ୍ୟ ଦେଖି ପାରି ନ ଥାଏ ଯେ ଗଲା ଷଷ୍ଠ ଦଶକରୁ ସୋଭିଏତ ରୁଷିଆ ନିର୍ମିତ ଯୁଦ୍ଧାସ୍ତ୍ର ଓ ସାମରିକ ସଂରଜାମ ଖର୍ଦ୍ଦି ଓ ଉଭୟ ରାଷ୍ଟ୍ର ଦ୍ବାରା ମିଳିତ ଉଦ୍ୟମରେ ଗବେଷଣା ଓ ପ୍ରଯୁକ୍ତି ବିକାଶ ପରିପ୍ରେକ୍ଷୀରେ ରୁଷିଆ ସହିତ ସହସା ସଂପର୍କ ଛିନ୍ନ କରି ପକାଇବା ଭାରତ ପକ୍ଷରେ କଦାପି ସମ୍ଭବ ହୁଅନ୍ତା ନାହିଁ! କିନ୍ତୁ, ବିଡ଼ମ୍ବନାର ବିଷୟ ଯେ ସେମାନଙ୍କ ପୂର୍ବାଗ୍ରହରୁ ବ୍ୟାଖ୍ୟାନଟିଏ ସୃଷ୍ଟି ହୋଇଗଲା ଯେ ଏ ଯୁଦ୍ଧରେ ଭାରତ ହେଉଛି ରୁଷିଆର ପକ୍ଷଧର!
ତେବେ ପ୍ରକୃତ କଥା ହେଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପ୍ରତି ଅବଶିଷ୍ଟ ପୃଥିବୀର ଦୃଷ୍ଟିଭଙ୍ଗୀ ଯାହା, ଭାରତ ଲାଗି ତାହା ସେଭଳି ହୋଇ ନ ଥାଏ, ଯାହାର କାରଣ ଐତିିହାସକ। ସୋଭିଏତ୍‌ ରୁଷିଆ ସହିତ ଭାରତର ମିତ୍ରତା ସୋଭିଏତ୍‌ ସଂଘର ବିଲୟ ଘଟିବା ପରେ ମଧ୍ୟ ଉଭୟ ରୁଷିଆ ଓ ୟୁକ୍ରେନ୍‌ ସହିତ ବଳବତ୍ତର ରହିଥିଲା; ଯାହାର ଅର୍ଥ ଯୁଦ୍ଧରେ ଲିପ୍ତ ରାଷ୍ଟ୍ରଦ୍ବୟ ଭାରତର ବନ୍ଧୁ ରାଷ୍ଟ୍ର ଏବଂ ଦୁଇ ବନ୍ଧୁଙ୍କ ମଧ୍ୟରେ କନ୍ଦଳ ବେଳେ କୌଣସି ଜଣଙ୍କର ପକ୍ଷଭୁକ୍ତ ହେବା ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡ଼େ। ଏହି ପରିପ୍ରେକ୍ଷୀରେ ଏକ କାଳ୍ପନିକ ପ୍ରଶ୍ନ ପଚାରି‌ ଏକ ଅାନୁମାନିକ ଉତ୍ତର ପାଇବାର ପ୍ରୟାସ କରାଯାଉ: ପ୍ରଶ୍ନଟି ହେଲା ଯଦି ଗ୍ରେଟ୍‌ ବ୍ରିଟେନ୍‌ ଓ ଫ୍ରାନ୍‌ସ ମଧ୍ୟରେ ଦୈବାତ୍‌ ଯୁଦ୍ଧ ସଂଘଟିତ ହୁଏ, ତେବେ ଜର୍ମାନି ବା ଇଟାଲୀ ବା ଏପରିକି ଯୁକ୍ତରାଷ୍ଟ୍ର ଆମେରିକା କାହାର ପକ୍ଷଭୁକ୍ତ ହେବେ? କହିବା ବାହୁଲ୍ୟ ଯେ ଏମାନେ ସମସ୍ତେ ନିଜକୁ ପକ୍ଷଭୁକ୍ତ ହେବାରୁ ନିବୃତ୍ତ ରଖି ଏକ ସନ୍ଧି ବା ସମାଧାନର ସୂତ୍ର ଖୋଜିବାର ଉଦ୍ୟମ କରିବେ; ଇଂଲାଣ୍ଡ୍‌ ବା ଫ୍ରାନ୍‌ସ ଭିତରୁ ଯେଉଁ ରାଷ୍ଟ୍ର ଅପରଟି ଉପରେ ପ୍ରଥମେ ଆକ୍ରମଣ କରିଥିବ, ତାକୁ ବିରୋଧ କରି ଆପଣା ନୈତିକ ମେରୁଦଣ୍ଡର ଦୃଢ଼ତାର ଦୃଷ୍ଟାନ୍ତ ଦେବାରୁ କ୍ଷାନ୍ତ ରହିବେ। ରୁଷିଆ ପ୍ରତି ଏହି ରାଷ୍ଟ୍ରଗୁଡ଼ିକ ପୂର୍ବରୁ ତିକ୍ତତା ପୋଷଣ କରି ଆସିଥିବାରୁ ସେମାନଙ୍କ ଲାଗି ଏଭଳି ପକ୍ଷଭୁକ୍ତ ହେବା ଅତ୍ୟନ୍ତ ସହଜ ଓ ସ୍ବାଭାବିକ ଥିଲା। ଏହି କଥାଟିକୁ ହୃଦୟଙ୍ଗମ କରି ନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷିଆ ଓ ୟୁକ୍ରେନ ଗସ୍ତକୁ ନେଇ ଭ୍ରମାତ୍ମକ ଧାରଣାମାନ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷିଆ ଗସ୍ତ ଓ ସେଠାରେ ଭ୍ଲାଡିମିର ପୁଟିନଙ୍କୁ ନିବିଡ଼ ଭଲ୍ଲୁକ ଆଲିଙ୍ଗନରେ ଆବଦ୍ଧ କରିବାର ଦୃଶ୍ୟ ଆମେରିକାରେ ତୀବ୍ର ସମାଲୋଚନା ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଅଗତ୍ୟା ୟୁକ୍ରେନ ଗସ୍ତ କରି ଜେଲେନ୍‌ସ୍କିଙ୍କୁ ଘନିଷ୍ଠ ଆଲିଙ୍ଗନରେ ଆବଦ୍ଧ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅନେକ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ସେମାନଙ୍କ ମତରେ ଏହା ହେଉଛି ରୁଷିଆ ଗସ୍ତଜନିତ ତ୍ରୁଟି ସୁଧାରିବାର ଏକ ପ୍ରୟାସ ବା ଅସନ୍ତୁଷ୍ଟ ଅାମେରିକାର ବ୍ୟଥା ଲାଘବ ଦିଗରେ ଏକ ଉଦ୍ୟମ। କିନ୍ତୁ ସେମାନେ ଯାହା ବୁଝନ୍ତି ନାହିଁ ତାହା ହେଲା, ଏହା ମଧ୍ୟ ହୋଇପାରେ ପାରସ୍ପରିକ କନ୍ଦଳରତ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କ୍ରମରେ ଏକ ମିତ୍ର ରାଷ୍ଟ୍ରର ବିରଳ ପଦକ୍ଷେପ!
ପ୍ରକାଶ ଥାଉ କି ଯେଉଁ ଦିନ ପୁଟିନ ଓ ମୋଦୀ ଆଶ୍ଳେଷାବଦ୍ଧ ହୋଇଥିଲେ, ସେହି ଦିନ ରୁଷିଆର ‌େକ୍ଷପଣାସ୍ତ୍ର ମାଡ଼ରେ ୟୁକ୍ରେନ୍‌ର ଏକ ଶିଶୁ ହାସପାତାଲ କ୍ଷତିଗ୍ରସ୍ତ ହେବା ସହିତ ଅନେକ ଶିଶୁ ପ୍ରାଣ ହରାଇଥିଲେ। ତେଣୁ ସେ ଦିନ ଏଭଳି ଆଲିଙ୍ଗନର ଦୃଶ୍ୟ ସ୍ବାଭାବିକ ଭାବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କିଙ୍କ ସକାଶେ ଅସହ୍ୟ ହୋଇଥିବ; ସୁତରାଂ, ତାଙ୍କ କ୍ଷୋଭଭରା ଉକ୍ତି ଥିଲା ଏହା (ଆଲିଙ୍ଗନ) ହେଉଛି ‘ଶାନ୍ତି’ ଉପରେ ଏକ ଦାରୁଣ ଆଘାତ। ସେହି ପରିପ୍ରେକ୍ଷୀରେ ଗଲା ସପ୍ତାହର ୟୁକ୍ରେନ୍‌ ଭ୍ରମଣ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ସେହି ହତଭାଗ୍ୟ ନିହତ ଶିଶୁମାନଙ୍କ ସ୍ମୃତି ସ୍ମାରକୀରେ କଣ୍ଢେଇଟିଏ ଥୋଇବା ଏବଂ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ବାତାବରଣରେ ଜେଲନ୍‌ସ୍କିଙ୍କ କାନ୍ଧ ଉପରେ ପ୍ରବୋଧନାମୂଳକ ହାତ ପକାଇ ନିରବରେ ଛିଡ଼ା ହୋଇଥିବାର ଦୃଶ୍ୟରୁ ମିଳିଥିବା ସଂକେତ ମଧ୍ୟ ଅତ୍ୟନ୍ତ ଦୂରଗାମୀ। ପାଠକପାଠିକାଙ୍କ ସ୍ମରଣରେ ଥିବ କିଭଳି ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ପୁଟିନ୍‌ଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ବନ୍ଧୁଭାବାପନ୍ନ ଅବିସ୍ମରଣୀୟ ଉପଦେଶ ଯେ ‘ଆଜିର ସମୟ ଯୁଦ୍ଧର ନୁହେଁ’, ସେହି ସମୟରେ ସାରା ପୃଥିବୀରେ ଏକ ସକାରାତ୍ମକ ତରଙ୍ଗ ସୃଷ୍ଟି କରିଥିଲା। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ଜେଲେନ୍‌ସ୍କିଙ୍କ ସକାଶେ ସନ୍ଧି ସ୍ଥାପନର ପରାମର୍ଶଟିଏ ମଧ୍ୟ ଯାଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷିଆ ଗସ୍ତ କାଳରେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍‌ କାନ୍‌ସେଟିଙ୍କ କଟାକ୍ଷଭରା କଟୁ ମନ୍ତବ୍ୟ ସ୍ମରଣକୁ ଆସିଥାଏ, ଯାହା କହିଥିଲା ଯେ ସଂଘର୍ଷ କାଳରେ ‘ରଣନୈତିକ ସ୍ବାଧୀନତା’ ଭଳି ନୀତି ହେଉଛି ଅବାନ୍ତର! ଏବେ ଭାରତ ପକ୍ଷରୁ ଆମେରିକାକୁ ପଚରାଯିବା ଉଚିତ ଯେ ଏ ସଂଘର୍ଷ ଯଦି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ନ ହୋଇ ତୁମର ଦୁଇ ମତ୍ର ରାଷ୍ଟ୍ରଙ୍କ ମଧ୍ୟରେ ହୋଇଥାଆନ୍ତା, ତେବେ?