ନୂଆଦିଲ୍ଲୀ: ସ୍ପାଇସ୍ ଜେଟ୍ ଷ୍ଟାଚୁ ଅଫ୍ ୟୁନିଟିଠାରୁ ସାବରମତୀର ନଦୀ ମଧ୍ୟରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ କରିବ ସି-ପ୍ଲେନ ସେବା । ଏ ନେଇ ବିମାନ କମ୍ପାନି ସ୍ପାଇସ୍ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା କେବାଡିଆ ନିକଟସ୍ଥ ଷ୍ଟାୁଚ୍ୟ ଅଫ୍ ୟୁନିଟିରୁ ଅହମଦାବାଦର ସାବରମତୀ ନଦୀ ମଧ୍ୟରେ ଚଳିତମାସ ୨୭ ତାରିଖ ଠାରୁ ସି-ପ୍ଲେନ ଉଡାଣ ଆରମ୍ଭ କରିବ। ଏ ନେଇ ଆସନ୍ତାକାଲିଠାରୁ ଟିକେଟ ବୁକିଂ ହେବାକୁ ଯାଉଛି । ଚଳିତବର୍ଷ ୩୧ ଅକ୍ଟୋବର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସି-ପ୍ଲେନ୍ ସେବାର ଉଦ୍ଘାଟନ କରିଥିଲେ। ହେଲେ ଏହି ସେବା ଆରମ୍ଭ ହେବାର କିଛି ଦିନ ମଧ୍ୟରେ କୌଣସି କାରଣରୁ ଏହାକୁ ବନ୍ଦ କରାଯାଇଥିଲା ।
ସ୍ପାଇସ୍ ଜେଟ ପକ୍ଷରୁ ଶୁକ୍ରବାର ଦିନ ଆହୁରି କୁହାଯାଇଛି କି ସାବରମତୀ ନଦୀ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟି ମଧ୍ୟରେ ପ୍ରତିଦିନ ୨ଟି ସି-ପ୍ଲେନ ସେବା ଯୋଗାଇବ । ଏହି ସେବା ପାଇଁ ୨୦ ଡିସେମ୍ବର ଠାରୁ ଟିକେଟ୍ ବୁକିଂ ଆରମ୍ଭ କରାଯିବ । ଅହମ୍ମଦାବାଦଠାରେ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ୨୭ ନଭେମ୍ବରଠାରୁ ଏହି ସେବା ବନ୍ଦ ରହିଥିଲା ।
ସି-ପ୍ଲେନ ଏହି ୨ ଶହ କିଲୋମିଟର ରାସ୍ତା ଯିବା ପାଇଁ ପାଖାପାଖି ୪୦ ମିନିଟ୍ ସମୟ ନେଉଛି । ସ୍ପାଇସଜେଟ୍ ପକ୍ଷରୁ ଏହି ୨୨୦୦ କିଲୋମିଟର ଯାତ୍ରା ପାଇଁ ଟିକେଟର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି । ଏହି ସି- ପ୍ଲେନରେ ଏକ କାଳୀନ ୧୨ ଜଣ ଲୋକ ଯାଇପାରିବେ । ଏହି ପ୍ଲେନ ଯିବା ଆସିବା କରିବାକୁ ସ୍ପାଇସଜେଟ୍ ପକ୍ଷରୁ ୧୮ଟି ମାର୍ଗକୁ ସୁରକ୍ଷିତ ବୋଲି ଚିହ୍ନଟ କରାଯାଇଛି । ଟିକେଟ୍ ବୁକିଂ କରିବା ପାଇଁ ଜାରି ହୋଇଥିବା ୱେବସାଇଟ ହେଉଛି www.spiceshuttle.com । ସରକାର ଗୁଜୁରାଟ ପରେ ଗୌହାଟୀ, ଆଣ୍ଡାମାନ-ନିକୋବର ଓ ଦିଲ୍ଲୀର ଯମୁନା ନଦୀରେ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସି-ପ୍ଲେନ ଚଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।