ଭୁବନେଶ୍ୱର: ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି | ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି | ବିଧାନସଭାରେ ପ୍ରଶ୍ନକାଳ ସମୟରେ କିଛି ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ | ସେ କହିଛନ୍ତି ଯେ ରାଜ୍ୟରେ ଅଣ୍ଡାର ଅଭାବ ରହୁଛି | ସେ କହିଛନ୍ତି ଯେ ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି | ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି | ଆହୁରି ୧ କୋଟି ୯୦ ଲକ୍ଷ ଆବଶ୍ୟକ ରହୁଛି | ଆଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି |
ସେହିପରି ସରକାର ଧରିବେ ବାଳିଆ ମାଛ | ବଡ଼ ବାଳିଆକୁ ଧରିବା ପାଇଁ ସରକାର ଚିନ୍ତା କରୁଛନ୍ତି | ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି | ବାଳିଆ ମଲା ପରେ ରୋହି ଭାକୁର ଜାଆଁଳ ଛଡାଯିବ | ଗତ ସରକାର ସମୟରେ ଜାଆଁଳ ଛଡା ଯାଇଥିଲା, ରାତିରେ ଛଡା ଯାଇଥିଲା | କେବଳ ଖାତା କଲମରେ ଜାଆଁଳ ଛଡା ଯାଉଥିଲା | ମନ୍ତ୍ରୀ କହିଛନ୍ତି ଯେ ଗତ ସରକାର ସମୟରେ କେବଳ ବାଳିଆ ମାଛ ଜାଆଁଳ ଛାଡିଥିଲେ, ସରକାର ବଡ଼ ବାଳିଆକୁ ଧରିବାକୁ ପଦକ୍ଷେପ ନେଉଛନ୍ତି |
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ଏବେ ୧୧.୨୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି | ବାହାର ରାଜ୍ୟରୁ ମାତ୍ର ୩୩ ହଜାର ୪୨୪ ମେଟ୍ରିକ ଟନ ମାଛ ଆମଦାନୀ କରୁଛୁ | ୨.୯୮ ଲକ୍ଷ ମେଟ୍ରିକ ଟନ ମାଛ ବାହାରକୁ ପଠାଉଛୁ | ମଧୁର ମାଛ ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରୁଛେ | ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢିବ | ମଧୁର ମତ୍ସ୍ୟ ଉତ୍ପାଦନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2024/01/eggs.jpg)