ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୮ ଧୀବର ପାରାଦୀପ ନିକଟରୁ ଉଦ୍ଧାର

ପାରାଦୀପ: ସମୁଦ୍ରରେ ଫସିଥିବା ୮ ଜଣ ଧୀବରଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ବୋଟ୍‌ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ସମସ୍ତ ଧୀବର ସୁରକ୍ଷିତ ଅଛନ୍ତି। ସମସ୍ତଙ୍କୁ ପାରାଦୀପକୁ ଅଣାଯାଇଛି। ମାଛ ମାରିବାକୁ ଯାଇ ଗତ ଜୁନ୍‌ ୨୧ରେ ଏହି ଧୀବର ମାନେ ଭାସିଯାଇଥିଲେ।

ସୂଚନାଯୋଗ୍ୟ ଉଦ୍ଧାର ହୋଇଥିବା ଧୀବରମାନେ ଗତ ଜୁନ ୨୧ରେ ବୋଟ୍‌ (ଆଇଏନ୍‌ଡି-ଏପି-ଇ୨-ଏମ୍‌ଏମ୍‌-୭୩୫)ରେ ମାଛ ଧରିବାକୁ ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ। ମାତ୍ର ବୋଟ୍‌ର ମାଲିକ ଜୁନ ୨୬ ପରଠାରୁ ଧୀବରମାନଙ୍କୁ ଯୋଗାଯୋଗ କରିପାରି ନଥିଲେ। ଏବାବଦରେ କାକିନଡା ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍‌ ଫିସିରି ଭାରତୀୟ ତଟରକ୍ଷୀ ବାହିନୀକୁ ଜୁଲାଇ ୫ରେ ସୂଚନା ଦେଇଥିଲେ। ପରେ ମେରିଟାଇମ ରେସକ୍ୟୁ ସବ୍‌ ସେଣ୍ଟରକୁ ସୂଚନା ଦିଆଯାଇଥିଲା।

ଶେଷରେ ଭାରତୀୟ ତଟରକ୍ଷୀ ବାହିନୀର ଟିମ୍‌ ସମୁଦ୍ରରେ ଫସିଥିବା ଧୀବର ମାନଙ୍କୁ ସଫଳତାର ସହିତ ଉଦ୍ଧାର କରିଛନ୍ତି। ସମସ୍ତଙ୍କର ମେଡିକାଲ ପରୀକ୍ଷା ହୋଇଛି। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ସମସ୍ତ ମତ୍ସଜୀବୀ ଆନ୍ଧ୍ରପ୍ରଦେଶ ନିବାସୀ ।

ସମ୍ବନ୍ଧିତ ଖବର