ବ୍ରହ୍ମପୁର: ୪ଟି ଲୋକସଭା ଓ ୨୮ଟି ବିଧାନସଭାର ର୍ନିବାଚନ ପାଇଁ ଆଜି ଓଡିଶାରେ ପଡିଛି ପ୍ରଥମ ଭୋଟ। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସମେତ ୨୮ଟି ବିଧାନସଭା କ୍ଷେତ୍ରରେ ଆଜି ମତଦାନ ସାବ୍ୟସ୍ତ କରଛନ୍ତି ଜନତା। ତେବେ ଏହି ୪ଟି ଲୋକସଭା ଆସନ ମଧ୍ୟରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ କଡା ଟକ୍କର ଦେଖିବାକୁ ମିଳିଛି। ତିନି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି। ବିଜେପିରୁ ଭୃଗୁ ବକ୍ସିପାତ୍ର, ବିଜେଡିରୁ ଚନ୍ଦ୍ରଶେଖର ସାହୁ ଓ କଂଗ୍ରେସରୁ ଭି. ଚନ୍ଦ୍ରଶେଖର ନାଇଡୁ ଲଢ଼ିଛନ୍ତି ଲୋକସଭା ନିର୍ବାଚନ। ନିର୍ବାଚନରେ କାହା ମୁଣ୍ଡରେ ହାତୀ ସୁନାକଳଳଶ ଢ଼ାଳିବ ତାହା ଖାଲି ଜାଣିବା ବାକି ରହିଲା। ଭୋଟର ନୂଆ ମୁହଁକୁ ବାଛିଛନ୍ତି ନା ପୁରୁଣା ନେତାଙ୍କୁ ପୁଣି ଥରେ ସୁଯୋଗ ଦେଇଛନ୍ତି ତାହା ମେ ୨୩ରେ ସ୍ପଷ୍ଟ ହେବ।
କାରଣ ବ୍ରହ୍ମପୁର ଲୋକସଭା ଆସନ ଦିନେ କଂଗ୍ରେସର ଗଡ଼ ଥିଲା। କିନ୍ତୁ ଗତ ୧୦ବର୍ଷ ହେଲା ବିଜୁ ଜନତା ଦଳ ଦଖଲରେ ରହିଛି ବ୍ରହ୍ମପୁର ଲୋକସଭା ଆସନ। ୨୦୦୯ ର୍ନିବାଚନରେ ଏହି ଆସନରୁ ବର୍ତ୍ତମାନର ବିଜେଡ଼ି ଲୋକସଭା ପ୍ରାର୍ଥୀ ତଥା କିଁଗ୍ରେସରୁ ଚନ୍ଦ୍ର ଶେଖର ସାହୁ, ବିଜେଡ଼ିରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବିଁ ବିଜେପିରୁ ଭରତ ପାଇକ ପ୍ରାର୍ଥୀ ହୋଇଥିଲେ। ଆଉ ଏଥିରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ବିଜୟୀ ହୋଇଥିଲେ। ସେହିପରି ୨୦୧୪ ର୍ନିବାଚନରେ ବିଜେପି ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରି ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ୨୦୧୪ରେ ଅନୁରୂପ ସ୍ଥିତି ଦେଖା ଯାଇଥିଲା ଓ ବିଜେଡିରୁ ସିଦ୍ଧାନ୍ତ ପୁର୍ନବାର ବିଜୟୀ ହୋଇଥିଲେ। ହେଲେ ଏଥର କିନ୍ତୁ ବିଜେଡି ଦୁଇ ଥରର ସାଂସଦ ସିଦ୍ଧାନ୍ତଙ୍କୁ ଟିକେଟ ନ ଦେଇ ଚନ୍ଦ୍ରଶେଖର ସାହୁଙ୍କୁ ଦେଇଛି ଟିକେଟ।
/sambad/media/post_attachments/wp-content/uploads/2019/04/BERHAMPUR_00000-750x430-300x172.jpg)
ଚଳିତ ସାଧାରଣ ର୍ନିବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ ଦେଇଛି ନୂଆ ମୁହଁ । ଆନ୍ଧ୍ରପଦେଶର ପ୍ରଖ୍ୟାତ ତଥା ଚର୍ଚ୍ଚିତ ଶିଳ୍ପପତି ଭି. ଚନ୍ଦ୍ରଶେଖର ନାଇଡ଼ୁଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିଛି। ସୂଚନା ଅନୁସାରେ ଚନ୍ଦ୍ରଶେଖର ଭି.ଚନ୍ଦ୍ରଶେଖର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବେଶ୍ ଘନିଷ୍ଠ।ନାଇଡ଼ୁଙ୍କ ପୈତୃକ ସ୍ଥାନ ଛତ୍ରପୁର ଅଞ୍ଚଳ ହୋଇଥିଲେ ମଧ୍ୟ ପିଲାଦିନରୁ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ବ୍ରହ୍ମପୁର ଅଞ୍ଚଳରେ ସେ ଆଦୌ ପରିଚିତ ନଥିବା ସହ ରାଜନୀତିରେ ଜଣେ ନୂଆ ମୁହଁ। ତେବେ ଚନ୍ଦ୍ରଶେଖରଙ୍କୁ ନେଇ ଭୋଟରଙ୍କ ମନରେ ଅନେକ ଆଶଙ୍କା। ଭି. ଚନ୍ଦ୍ରଶେଖରଙ୍କୁ କିପରି ଭରସା କରିବେ ଭୋଟର? ତାଙ୍କୁ ନେଇ ବ୍ରହ୍ମପୁରବାସୀଙ୍କ ମନରେ ଅନେକ ପ୍ରଶ୍ନ। ଅନ୍ୟପକ୍ଷରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାୟ ୪୦% ତେଲୁଗୁ ଭାଷାଭାଷି ଥିବା ଯୋଗୁଁ ନାଇଡ଼ୁଙ୍କ ପାଇଁ ରାଜନୀତି ପାଣିପାଗ ଅନୁକୂଳ ହେବ ବୋଲି କଂଗ୍ରେସ ଆଶା କରିଛି।
ସେପଟେ ବ୍ରହ୍ମପୁରର ପାଇଁ ଚନ୍ଦ୍ରଶେଖର ସାହୁ ନୂଆ ମୁହଁ ନୁହେଁ। ଚଳିତ ଥର ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ଚନ୍ଦ୍ରଶେଖର ସାହୁଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ। ବ୍ରହ୍ମପୁର ଆସନରୁ ଦଳ ଚନ୍ଦ୍ରଶେଖର ସାହୁଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ। ପୂର୍ବରୁ ଚନ୍ଦ୍ରଶେଖର କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୦୪ରେ ସେ କଂଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବେ ର୍ନିବାଚିତ ହୋଇସାରିଛନ୍ତି। ତେଣୁ ତାଙ୍କ ପାଇଁ ଚଳିତ ର୍ନିବାଚନ ଏତେ କଷ୍ଟ ହେବ ନାହିଁ।
ଅନ୍ୟପଟେ ବ୍ରହ୍ମପୁର ଆସନ ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଉପରେ ଭରସା କରିଛି ଗୈରିକ ଦଳ। ଗେରୁଆ କ୍ୟାମ୍ପରୁ ଚଳିତ ଥର ଭି.ଚନ୍ଦ୍ରଶେଖର ନାଇଡ଼ୁ ଓ ଚନ୍ଦ୍ରଶେଖର ସାହୁଙ୍କ ସହ ଲଢେଇ କରୁଛନ୍ତି ଭୃଗୁ ବକ୍ସିପାତ୍ର। ୧୯୫୨ ବ୍ରହ୍ମପୁର ଆସନ ସୃଷ୍ଟି ହେବା ପରଠାରୁ ବିଜେପି ଥରେ ମାତ୍ର ଆସନ ଅକ୍ତିଆର କରିଛି। ୧୯୯୯ ମସିହାରେ ବିଜେପିର ପ୍ରାର୍ଥୀ ଅନାଦି ଚରଣ ସାହୁ ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ଭାବେ ର୍ନିବାଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Berhampur-MP-Constituency-Fight_Thumbnail.jpg)