ଭୋଟର ସଚେତନତା ପାଇଁ ହିରୋର ଅଭିନବ ଅଭିଯାନ : ଭୋଟ କାଳି ଲାଗିଥିବା ଅଙ୍ଗୁଳି ଦେଖାଇଲେ ମାଗଣାରେ ବାଇକ୍ ୱାଶ୍ କରିହେବ

ନୂଆଦିଲ୍ଲୀ : ଆମ ଦେଶରେ ନିର୍ବାଚନ ଆରମ୍ଭ ହୋଇଯାଇଛି । ବିଶ୍ବର ବୃହତ୍ତମ ଗଣତନ୍ତ୍ର ପାଇଁ ଏହା ସବୁଠାରୁ ବଡ଼ ପର୍ବ । ଏହି ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେବା ପ୍ରତି ନାଗରିକର କର୍ତ୍ତବ୍ୟ । ଲୋକମାନଙ୍କ ମଧ୍ୟରେ ଭୋଟଦାନକୁ ପ୍ରେତ୍ସାହିତ କରିବାକୁ ଦୁଇଚକିଆ ଯାନ ନିର୍ମାତା କମ୍ପାନି ହିରୋମୋଟୋକର୍ପ କମ୍ପାନି ପକ୍ଷରୁ ଏକ ଅଭିନବ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ନାଁ ହେଉଛି ଭେହିକ୍ଲ ମେଣ୍ଟେନାନ୍ସ ସ୍କିମ । ଏହା ଦ୍ବାରା ଗ୍ରାହକମାନେ ନିଜର ଭୋଟ ଚିହ୍ନ ଦେଖାଇ ସର୍ଭିସ ସେଣ୍ଟରରେ ମାଗଣାରେ ବାଇକ ଧୋଇବା ସହ ମାତ୍ର ୧୯୯ ଟଙ୍କାରେ ସର୍ଭିସିଂ କରିପାରିବେ ।
ଲୋକମାନେ ମତଦାନର ଦୁଇଦିନ ମଧ୍ୟରେ ହିରୋ ମୋଟୋକର୍ପ ଡିଲରଶିପରେ ଏବଂ ୱାର୍କଶପ୍ ପହଞ୍ଚି ସେମାନଙ୍କର ହାତରେ ଭୋଟିଂ ଦେବାର କାଳି ଦେଖାଇ ଦୁଇଚକିଆଯାନ ୱାଶ୍ କରିବା ସହିତ ମାଗଣାରେ ୧୯୯ଟଙ୍କାର ସେବା ଉପଲବ୍ଧ କରିପାରିବେ । ପ୍ରତି ସହରରେ ପୋଲିଂ ହେବାର ଦୁଇ ଦିନ ପର୍ଯ୍ୟନ୍ତ ଏହି ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନା ୨୦୧୯ ଏପ୍ରିଲ୍-ମଇ ମାସ ମଧ୍ୟରେ (ନିର୍ବାଚନ ଶେଷ ପର୍ଯ୍ୟନ୍ତ) ଉପଲବ୍ଧ ହେବ । କିନ୍ତୁ ଏହି ସୁବିଧା ପାଇବାକୁ ଗ୍ରାହକଙ୍କୁ ପୂର୍ବରୁ ହିଁ ପ୍ରି-ବୁକିଂ କରିବାକୁ ପଡିବ।

ସମ୍ବନ୍ଧିତ ଖବର