ଥମିଲା ପ୍ରଚାର, ଦିନକ ପରେ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ମତଦାନ

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନର ୩ୟ ପର୍ଯ୍ୟାୟ ମତଦାନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, କଂଗ୍ରେସର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା, ସମର୍ଥକ ଆଦି ଜୋରଦାର ପ୍ରଚାର କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୨୩ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଓଡ଼ିଶାର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିବା ବିଧାନସଭା ଆସନ: ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା, ଦେବଗଡ଼, ରେଙ୍ଗାଲି, ଛେଣ୍ଡିପଦା, ଆଠମଲ୍ଲିକ

ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିବା ବିଧାନସଭା ଆସନ: ଢେଙ୍କାନାଳ, କାମାକ୍ଷାନଗର, ହିନ୍ଦୋଳ, ପରଜଂଗ, ଅନୁଗୁଳ, ତାଳଚେର, ପାଲଲହଡ଼ା

କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିବା ବିଧାନସଭା ଆସନ: କେନ୍ଦୁଝର, ଆନ୍ଦରପୁର, ଘସିପୁରା, ତେଲକୋଇ, ପାଟଣା, ଚମ୍ପୁଆ, କରଂଜିଆ

ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିବା ବିଧାନସଭା ଆସନ: ଭୁବନେଶ୍ୱର (ଏକାମ୍ର), ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଜଟଣୀ, ଜୟଦେବ, ଖୋର୍ଦ୍ଧା, ବେଗୁନିଆ

କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିବା ବିଧାନସଭା ଆସନ: କଟକ-ଚୌଦାର, କଟକ-ବାରବାଟୀ, କଟକ-ସଦର, ଆଠଗଡ଼, ବଡମ୍ବା, ବାଙ୍କୀ, ଖଣ୍ଡପଡ଼ା

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିବା ବିଧାନସଭା ଆସନ: ପୁରୀ, ପିପିଲି, ସତ୍ୟବାଦୀ, ବ୍ରହ୍ମଗିରି, ନୟାଗଡ଼, ରଣପୁର, ଚିଲିକା

ସମ୍ବନ୍ଧିତ ଖବର