ସୋସିଆଲ ମିଡିଆ ପ୍ରତିନିଧିମାନଙ୍କୁ ଭେଟିଲେ ନିର୍ବାଚନ ଆୟୋଗ, ଆଚରଣ ବିଧି କଡାକଡି ପାଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆଗାମୀ ନିର୍ବାଚନରେ ସୋସିଆଲ ମିଡିଆର ଏକ ବଡ଼ ପ୍ରଭାବ ରହିବ । ରାଜନୈତିକ ଦଳମାନେ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଫେସବୁକ, ଟ୍ବିଟର, ହ୍ବାଟ୍ସଆପ, ୟୁଟ୍ୟୁବ ଆଦି ସୋସିଆଲ ମିଡିଆର ବହୁଳ ବ୍ୟବହାର କରିବାର ସମ୍ଭାବନା ରହିଛି । କିନ୍ତୁ ଏହି ମାଧ୍ୟମର ଯେପରି ଅପପ୍ରୟୋଗ ନହୁଏ ତାହା ଉପରେ ସତର୍କ ନଜର ରଖିଛି ନିର୍ବାଚନ ଆୟୋଗ । ଏଥିପାଇଁ ଆଜି ନିର୍ବାଚନ ବିଭିନ୍ନ ସୋସିଆଲ ମିଡିଆ କମ୍ପାନି  ଫେସବୁକ, ଟ୍ବିଟର, ହ୍ବାଟ୍ସଆପ,ଗୁଗୁଲ ଆଦିର ପ୍ରତିନିଧିମାନଙ୍କୁ ଭେଟି ସମୀକ୍ଷା କରିଛନ୍ତି ।

ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସୋସିଆଲ ମିଡିଆ ମାଧ୍ୟମରେ ଯେପରି ଆଚରଣ ବିଧିର ଉଲ୍ଲଙ୍ଘନ ନହୁଏ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ ଆୟୋଗ ଏସବୁ ସୋସିଆଲ ମିଡିଆ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଚରଣ ବିଧିର ଉଲ୍ଲଙ୍ଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟୋଗ ସତର୍କ କରାଇଦେଇଛନ୍ତି । ଗତ ୯ ତାରିଖରେ ଆୟୋଗ ଏକ ଗାଇଡଲାଇନ ଜାରି କରି ସୋସିଆଲ ମିଡିଆରେ ଭେରିଫାଇ ହୋଇନଥିବା ବିଜ୍ଞାପନ, ସେନା କର୍ମଚାରୀଙ୍କ ଫଟୋ ବ୍ୟବହାର, ମିଥ୍ୟା ଖବର, ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ଖବର/ଭିଡିଓ ପ୍ରକାଶ ଉପରେ କଟକଣା ଲଗାଇଥିଲେ ।

ସମ୍ବନ୍ଧିତ ଖବର