ନୂଆଦିଲ୍ଲୀ: ରାଜ୍ୟର ବିରୋଧୀ ଦଳ ସବୁ ବୁଥ୍‌ ଜବରଦଖଲ ଓ ହିଂସା ହୋଇଥିବା କଥା ଅଭିଯୋଗ କରିବାରୁ ତ୍ରିପୁରା ପଶ୍ଚିମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୬ଟି ବିଧାନସଭା ଆସନର ୧୬୮ଟି ବୁଥ୍‌ରେ ପୁନଃମତଦାନ ପାଇଁ ଭାରତର ନିର୍ବାଚନ ଆୟୋଗ ଆଦେଶ ଦେଇଛନ୍ତି।

Advertisment

ଏପ୍ରିଲ୍‌ ୧୧ ତାରିଖ ଦିନ ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସମୟରେ ପଶ୍ଚିମ ତ୍ରିପୁରା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ନିଆଯାଇଥିଲା।

ନିର୍ବାଚନ କମିସନ୍‌ ଏକ ବିବୃତିରେ କହିଛନ୍ତି: ଏପ୍ରିଲ୍‌ ୧୧, ୨୦୧୯ (ଗୁରୁବାର) ଦିନ ୧୬୮ଟି ପୋଲିଙ୍ଗ୍‌ ବୁଥ୍‌ରେ ଗ୍ରହଣ କରାଯାଇଥିବା ଭୋଟ୍‌ ରଦ୍ଦ କରାଗଲା। ଏହି ସବୁ ବୁଥ୍‌ରେ ମେ ୧୨, ୨୦୧୯ ରବିବାର ଦିନ ସକାଳ ୭ଟା ରୁ ସନ୍ଧ୍ୟା ୫ଟା ଯାଏଁ ପୁନଃଭୋଟ୍‌ ଗ୍ରହଣ କରାଯିବ।

ଏପ୍ରିଲ୍‌ ୧୧ ତାରିଖ ଦିନ ଗ୍ରହଣ କରାଯାଇଥିବା ଭୋଟ୍‌ରେ ତ୍ରିପୁରା ପଶ୍ଚିମ ଲୋକସଭା ଆସନରେ ରେକର୍ଡ ସଂଖ୍ୟକ ମତଦାତା (୮୩%) ଭୋଟ୍‌ ଦେଇଥିଲେ।