ବେଙ୍ଗାଲୁର: ନିର୍ବାଚନ କମିସନଙ୍କର ଏକ ସ୍କ୍ଵାଡ୍ ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ଗାଡ଼ିକୁ ମଧ୍ୟ ରାସ୍ତାରେ ଅଟକାଇ ଚେକିଂ କରିଥିବା ସୂଚନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିଟି ରାଜପଥ ଦେଇ ହସନ ଆଡ଼େ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଅଟକା ଯାଇ ଏପରି କରାଯାଇଛି। କୁମାରସ୍ୱାମୀ ଗାଡ଼ିର ଆଗ ପଟ ଯାତ୍ରୀ ସିଟ୍ରେ ବସିଥିବାର ଫଟୋରେ ନଜର ଆସିଛନ୍ତି।
ଶାସକ ଦଳ ଜେଡିଏସ୍ ଓ କଂଗ୍ରେସ ଦଳର କିଛି ଲୋକଙ୍କ ଘରେ ରୀତିମତ ଭାବେ ହୋଇ ଆସୁଥିବା ଆୟକର ବିଭାଗର ଚଢ଼ଉକୁ ନେଇ କୁମାରସ୍ୱାମୀ ହସ୍ତକ୍ଷେପ କରିବା ପରେ ନିର୍ବାଚନ କମିସନ୍ କୁମାରସ୍ୱାମୀଙ୍କ ଗାଡ଼ି ଚେକ୍ କରିଥିବା ଜାଣିବାକୁ ମିଳିଛି।
/sambad/media/post_attachments/wp-content/uploads/2019/04/Kumaraswamy-ec-raid-1-300x169.jpg)
ଆୟକର ବିଭାଗୀୟ ଅଧିକାରୀମାନେ ସେମାନଙ୍କ ଚଢ଼ଉ କାର୍ଯ୍ୟ ଏବେ ବି ଜାରି ରଖିଛନ୍ତି। କଂଗ୍ରେସ ଓ ଜେଡିଏସ୍ ଦଳର କର୍ମୀଙ୍କ ଦ୍ୱାରା ଚାଲୁଥିବା ଚାଉଳ ଓ ଚିନି ମିଲ୍ ଉପରେ ଆକୟକ ବିଭାଗ ଆଜି ୪ଟା ପର୍ଯ୍ୟନ୍ତ ଚଢ଼ାଉ କରିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ନିକଟରେ କୁମାରସ୍ୱାମୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ଚିଠିରେ ଲେଖିଥିଲେ କି ‘ଆୟକର ବିଭାଗ ମୋ ସହଯୋଗୀଙ୍କ ଘରେ ଚଢ଼ଉ କରିବାରେ ଲାଗିଛନ୍ତି। ମୋଦି ସରକାରଙ୍କ ଚାପରେ କରାଯାଉଥିବା ଏହି ଧନ୍ଦାକୁ ରୋକିବା ପାଇଁ ମୁଁ ନିର୍ବାଚନ ପାନେଲ୍ରେ ନିବେଦନ କରୁଛି।’