ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ଆଶାୟୀ | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ତତ୍ତ୍ଵାବଧାନରେ ହେବ ଏହି ନିର୍ବାଚନ ପ୍ରକ୍ରିୟା | ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଜାରି ରହିବ | ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ନ ୪.୩୦ ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ କରାଯିବ |
ଆବଶ୍ୟକ ହେଲେ ୮ ତାରିଖ ସକାଳ ୯ଟା ରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ସହ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ | ଅନ୍ୟପଟେ ବିଜେପି ୩୭ ସାଙ୍ଗଠନିକ ଜିଲ୍ଲାରୁ ୨୭୩ ଜଣ ସଭାପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ | ପ୍ରତି ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟ ଭୋଟ ଦେବେ ସଭାପତି ବାଛିବେ |
ଜଣେ ରାଜ୍ୟସଭା ସାଂସଦ, ଦୁଇ ଲୋକସଭା ସାଂସଦ ଏବଂ ରାଜ୍ୟ ବିଜେପି ୫ ବିଧାୟକ ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ |ଓଡିଶା ଗସ୍ତରେ ଆସିବେ ବିଜେପି ସାଙ୍ଗଠନିକ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ | ଅପରାହ୍ନ ୧ ଟା ୫୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ | ଭୁବନେଶ୍ଵର ବିମାନବନ୍ଦରରୁ ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ | ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ନାମାଙ୍କନ ଭରିବେ ଆଶାୟୀ |