ଭୁବନେଶ୍ୱର: ଆସନ୍ତାକାଲି ସକାଳୁ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ (ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର)ଏବଂ ଏହା ଅନ୍ତର୍ଗତ ୪୨ଟି ବିିଧାନସଭା ଆସନରେ ୧୦ ହଜାର ୪୬୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ।
ଆାସନ୍ତୁ ଜାଣିବା ଏହି ମତଦାନ ପାଇଁ କି କି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।
• ଜି.ପି.ଏସ୍ ମଧ୍ୟମରେ ନଜର ରଖାଯାଉଥିବା ଯାନବାହନ, ଯେଉଁ ଗୁଡ଼ିକ ମତଦାନ କାର୍ଯ୍ୟରେ ନିୟୋଜିତ ହୋଇଛି-୧୧୭୧।
• ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ର୍ୟାମ୍ପ୍ ଥିବା ଭୋଟ ଗ୍ରହଣ କେନ୍ଦ୍ର-୧୦,୪୬୨
• ପିଇବା ପାଣି ସୁବିଧା ଥିବା ମତଦାନ କେନ୍ଦ୍ର-୧୦,୪୬୪
• ବିଜୁଳି ସଂଯୋଗ ଥିବା ମତଦାନ କେନ୍ଦ୍ର-୧୦,୪୬୦
• ଆସବାସବପତ୍ର ଥିବା ମତଦାନ କେନ୍ଦ୍ର-୧୦,୪୬୪
• ବିଶ୍ରାମ କକ୍ଷ ସୁବିଧା ଥିବା ମତଦାନ କେନ୍ଦ୍ର-୧୦,୪୬୪
• ପୁରୁଷ ଶୌଚାୟଳ ଥିବା ମତଦାନ କେନ୍ଦ୍ର-୧୦,୪୬୪
• ମହିଳା ଶୌଚାଳୟ ସୁବିଧା ଥିବା ମତଦାନ କେନ୍ଦ୍ର-୧୦,୪୬୪
• ହୁଇଲ୍ ଚେୟାର ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର-୯,୫୬୭
• ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଡମି ଭୋଟର୍ ସିଟ୍ ଯୋଗାଯୋଗ ଥିବା ମତଦାନ କେନ୍ଦ୍ର-୭୮୧୦
• ମତଦାନ ପାଇଁ ନିୟୋଜିତ ସ୍ୱେଚ୍ଛାସେବୀ -୨୦,୭୭୮
• ମତଦାନ କେନ୍ଦ୍ର ଯେଉଁଠି ନିୟୋଜିତ ହୋଇଥିବା ସବୁ କର୍ମଚାରୀ ଦିବ୍ୟାଙ୍ଗ-୧
• ଦିବ୍ୟାଙ୍ଗ ଭୋଟରଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଯାନବାହନ -୬୧୯୦
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/xgeneral-elections-2019-f_660_041219092150-660x430.jpg.pagespeed.ic_.jpg)