ରାତି ପାହିଲେ ତୃତୀୟ ପର୍ଯ୍ୟାୟ ମତଦାନ: ଦିବ୍ୟାଙ୍ଗଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା; ପାଣି, ବିଜୁଳୀ, ଯାନବାହନ, ଶୌଚାଳୟ, ବିଶ୍ରାମକକ୍ଷ ଆଦିକୁ ଦିଆଯାଇଛି ଗୁରୁତ୍ୱ

ଭୁବନେଶ୍ୱର: ଆସନ୍ତାକାଲି ସକାଳୁ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ (ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର)ଏବଂ ଏହା ଅନ୍ତର୍ଗତ ୪୨ଟି ବିିଧାନସଭା ଆସନରେ ୧୦ ହଜାର ୪୬୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ।
ଆାସନ୍ତୁ ଜାଣିବା ଏହି ମତଦାନ ପାଇଁ କି କି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।

• ଜି.ପି.ଏସ୍‌ ମଧ୍ୟମରେ ନଜର ରଖାଯାଉଥିବା ଯାନବାହନ, ଯେଉଁ ଗୁଡ଼ିକ ମତଦାନ କାର୍ଯ୍ୟରେ ନିୟୋଜିତ ହୋଇଛି-୧୧୭୧।
• ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ର‍୍ୟାମ୍ପ୍‌ ଥିବା ଭୋଟ ଗ୍ରହଣ କେନ୍ଦ୍ର-୧୦,୪୬୨
• ପିଇବା ପାଣି ସୁବିଧା ଥିବା ମତଦାନ କେନ୍ଦ୍ର-୧୦,୪୬୪
• ବିଜୁଳି ସଂଯୋଗ ଥିବା ମତଦାନ କେନ୍ଦ୍ର-୧୦,୪୬୦
• ଆସବାସବପତ୍ର ଥିବା ମତଦାନ କେନ୍ଦ୍ର-୧୦,୪୬୪
• ବିଶ୍ରାମ କକ୍ଷ ସୁବିଧା ଥିବା ମତଦାନ କେନ୍ଦ୍ର-୧୦,୪୬୪
• ପୁରୁଷ ଶୌଚାୟଳ ଥିବା ମତଦାନ କେନ୍ଦ୍ର-୧୦,୪୬୪
• ମହିଳା ଶୌଚାଳୟ ସୁବିଧା ଥିବା ମତଦାନ କେନ୍ଦ୍ର-୧୦,୪୬୪
• ହୁଇଲ୍‌ ଚେୟାର ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର-୯,୫୬୭
• ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଡମି ଭୋଟର୍‌ ସିଟ୍‌ ଯୋଗାଯୋଗ ଥିବା ମତଦାନ କେନ୍ଦ୍ର-୭୮୧୦
• ମତଦାନ ପାଇଁ ନିୟୋଜିତ ସ୍ୱେଚ୍ଛାସେବୀ -୨୦,୭୭୮
• ମତଦାନ କେନ୍ଦ୍ର ଯେଉଁଠି ନିୟୋଜିତ ହୋଇଥିବା ସବୁ କର୍ମଚାରୀ ଦିବ୍ୟାଙ୍ଗ-୧
• ଦିବ୍ୟାଙ୍ଗ ଭୋଟରଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଯାନବାହନ -୬୧୯୦

ସମ୍ବନ୍ଧିତ ଖବର