ଭୁବନେଶ୍ୱର : ବିଜେପିର ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପିର ରାମପୁର ଲୋକସଭା ଆସନ ପ୍ରାର୍ଥୀ ଜୟାପ୍ରଦା ପଛୁଆ ଅଛନ୍ତି । ଠିକ୍ ସେହିପରି ଛମା ଛମା ଗର୍ଲ ତଥା କଂଗ୍ରେସର ମୁମ୍ବାଇ ଉତ୍ତର ଲୋକସଭା ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ଢ଼େର ପଛୁଆ ଥିବା ଜଣା ପଡ଼ିଛି । ତୃଣମୂଳ କଂଗ୍ରେସର ଲୋକସଭା ପ୍ରାର୍ଥୀ ତଥା ଅଭିନେତ୍ରୀ ମୁନମୁନ ସେନ୍ ପଶ୍ଚିମବଙ୍ଗର ଆସାନସୋଲ ଆସନରେ ପଛୁଆ ଅଛନ୍ତି ।
କଂଗ୍ରେସ ପ୍ରାର୍ଥୀ ତଥା ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ରାଜ ବବ୍ଦର ଭୋଟ ଗଣତିରେ ପଛୁଆ ଅଛନ୍ତି । ଓଲିଉଡ୍ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀରୁ, ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ପିଙ୍କି ପ୍ରଧାନ ପଛୁଆ ଥିବା ଜଣା ପଡ଼ିଛି । ସେହି ଭଳି ଭାବରେ ଭୋଜପୁରୀ ସୁପରଷ୍ଟାର ତଥା ଆଜମଗଡ଼ରୁ ବିଜେପି ଲୋକସଭା ପ୍ରାର୍ଥୀ ନିରହୁଆ ଭୋଟ ଗଣତିରେ ପଛରେ ରହିଛନ୍ତି ।