ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ପଶ୍ଚିମବଙ୍ଗରେ ନିର୍ବାଚନକୁ ଅବାଧ ଓ ହିଂସାମୁକ୍ତ କରିବା ସମ୍ଭବ ହୋଇପାରୁନାହିଁ । ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ଉପସ୍ଥିତି ସତ୍ତ୍ୱେ ହିଂସାକୁ ରୋକାଯାଇପାରୁନାହିଁ । ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ନିଜ ଆସନ ଆସନସୋଲରେ ହିଂସାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଅଭିନବ କୌଶଳ ଗ୍ରହଣ କରି ତୃଣମୂଳ କର୍ମୀମାନେ ଭୋଟଗ୍ରହଣକୁ ପ୍ରଭାବିତ କରିବାରେ ଲାଗିଛନ୍ତି ।
ମିଳିଥିବା ଖବର ମୁତାବକ ରାଜ୍ୟରେ ଆଜି ହେଉଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବୁଥଗୁଡ଼ିକରେ କେନ୍ଦ୍ରୀୟ ଫୋର୍ସ ରହିଥିବାରୁ ବୁଥ ସ୍ତରରେ ଜାଲିଆତି କରିବା ସମ୍ଭବ ହେଉନାହିଁ । ସେଥିପାଇଁ ଏକ ଅଭିନବ କୌଶଳ ଗ୍ରହଣ କରିଛନ୍ତି ତୃଣମୂଳ କର୍ମାମାନେ । ଇଭିଏମରେ ଥିବା ତୃଣମୂଳ ବୋତାମରେ ଏକ ପ୍ରକାରର ସେଣ୍ଟ ବା ଅତର ଲଗାଇଦିଆଯାଇଛି । ଭୋଟରମାନେ ଭୋଟ ଦେଲେ ଏହି ସେଣ୍ଟ ବା ଅତରର ବାସ୍ନା ତାଙ୍କ ଅଙ୍ଗୁଳିକୁ ଚାଲିଯାଉଛି । ବୁଥଠାରୁ ପ୍ରାୟ ୨୦୦ ମିଟର ଦୂରରେ ରହି ତୃଣମୂଳ କର୍ମୀମାନେ ଭୋଟଦେଇ ଫେରୁଥିବା ଲୋକମାନଙ୍କ ଆଙ୍ଗୁଳିକୁ ଯାଞ୍ଚ କରୁଛନ୍ତି । ଯେଉଁମାନଙ୍କ ଅଙ୍ଗୁଳିରେ ବାସ୍ନା ରହିଛି, ସେମାନଙ୍କୁ ଛାଡି ଦିଆଯାଉଛି । ଯେଉଁମାନଙ୍କ ଅଙ୍ଗୁଳିରେ ଏହି ବାସ୍ନା ନାହିଁ ସେମାନଙ୍କୁ ଧରି ମାଡ ଦିଆଯାଉଛି ବା ଧମକ ଦିଆଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/evm-2.jpg)