ବଲାଙ୍ଗୀର: ଗରିବ ଜିଲ୍ଲାରେ ଧନୀ ନେତା। ଆମେ ଏଠାରେ ଆଲୋଚନା କରୁଛୁ ଗରିବ ଜିଲ୍ଲାରେ କୋଟିପତି ପ୍ରାର୍ଥୀଙ୍କ କଥା। ବାଲଙ୍ଗୀର ଓ ଝାରୁସୁଗୁଡା ଭଳି ଜିଲ୍ଲାରେ କୋଟିପତି ପ୍ରାର୍ଥୀ ଏଥର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ର୍ନିବାଚନ ମଣ୍ଡଳୀରୁ ବିଜେପି ତଥା ଦଳର ପୁରୁଖା ନେତା କନକବର୍ଦ୍ଦନ ସିଂଦେଓଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୩୭ କୋଟି ୯୫ ଲକ୍ଷ ୯୦ ହଜାର ୮୪୮ ଟଙ୍କା। ପ୍ରାର୍ଥୀପତ୍ର ଦାଖଲ ବେଳେ ସେ ସତ୍ୟପାଠରେ ଏହି ତଥ୍ୟ ଦର୍ଶାଇନ୍ତି। ତାଙ୍କ ହାତରେ ୭୬ ହଜାର ଟଙ୍କା ଓ ତାଙ୍କ ପତ୍ନୀଙ୍କ ହାତରେ ୯୨ ହଜାର ଟଙ୍କା ରହିଛି। ବ୍ୟାଙ୍କଜମା, ପ୍ରତିଭୁତି ଅଂଶଧନ, ଗାଡିମଟର ଓ ଗହଣା ଇତ୍ୟାଦି ମିଶାଇ କନକଙ୍କ ୧ କୋଟି ୩୫ ଲକ୍ଷ ୪୩ ହଜାର ୮୭୫ଟଙ୍କା ରହିଛି।

Advertisment

publive-image

ବଲାଙ୍ଗୀର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସଙ୍ଗୀତ ସିଂଦେଓଙ୍କ ସମ୍ପତିର ମୂଲ୍ୟ ୩୦ କୋଟି ଥିବା ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ଏଥିମଧ୍ୟରେ ୨୭ କୋଟି ୧ ଲକ୍ଷ ୬୮ ହଜାର ଟଙ୍କା ମୂଲ୍ୟର ବ୍ୟବସାୟିକ କୋଠା, ଅଣକୃଷି ଜମି ଓ ଘର ଅଛି। ସଙ୍ଗୀତାଙ୍କ ନାଁରେ ଅପରାଧିକ ମାମଲା ନାହିଁ।

publive-image

ବଲାଙ୍ଗୀର ସାଂସଦ କଳିକେଶ ସିଂଦେଓଙ୍କ ପାଖରେ ସ୍ଥାବର ଓ ଅସ୍ଥାବର ସମ୍ପତିର ପରିମାଣ ହେଉଛି ୧୩ କୋଟି ୯୩ ଲକ୍ଷ ୯୨ ହଜାର ୨୨୮ ଟଙ୍କା। ୨୦୧୪ରେ ଏହା ୮ କୋଟି ଟଙ୍କା ଥିବାବେଳେ ଗତ ୫ ବର୍ଷରେ ଏହା ୧୩ କୋଟିରେ ପହଂଚିଛି।

publive-image

ସେହିଭଳି ବଲାଙ୍ଗୀରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ସମ୍ପତି ହେଉଛି ପ୍ରାୟ ୧ କୋଟି ୫୯ ଲକ୍ଷ ୮୫ ହଜାର ୨୭୭ ଟଙ୍କା। ଏଥିମଧ୍ୟରେ ରହିଛି ବ୍ୟାଙ୍କଜମା, ଫିକ୍ସ ଡିପୋଜିଟ୍‌, ବଣ୍ଡସେୟାର ଜୀବନ ବିମା ପଲିସି, ଗହଣା ଓ ଗାଡି। ଏକ ହୋଣ୍ଡା ବ୍ରାଓ କାର ଓ ପର‍୍ୟ ୪୧ ଲକ୍ଷ ୫୪ ହଜାର ଟଙ୍କା ମୂଲ୍ୟର ଅସ୍ଥାବର ସଂପତି। ୮୯ ଲକ୍ଷ ଟଙ୍କାର ଋଣ ମଧ୍ୟ ତାଙ୍କ ଓଭୋ ଫାର୍ମ ନାଁରେ ରହିଥିବା ସେ ଦର୍ଶାଇଛନ୍ତି। ଏହା ସହିତ ପ୍ରାୟ ୩୭ ଲକ୍ଷ ଟଙ୍କାର ଲିଆବିଲିଟିସ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

publive-image

ଅନ୍ୟପଟେ ଝାରୁସୁଗୁଡା ବିଧାୟକ ନବ ଦାସ ଓ ତାଙ୍କ ଉତ୍ତରାଧିକାରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୩୩ କୋଟି ୬୨ ଲକ୍ଷ ୩୩ ହଜାର ୭୦୭ ଟଙ୍କା ରହିଛି। ଗତ ୫ ବର୍ଷ ମଧ୍ୟରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ୨୩ କୋଟି ୪୧ ଲକ୍ଷ ୬ ହଜାର ୫୯୩ ଟଙ୍କା ବୃଦ୍ଧି ପାଇଛି।

publive-image

ସେହିଭଳି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସଂପତି ୨୦୧୪ରେ ଥିଲା ୪୬ ଲକ୍ଷ ୧୩ ହଜାର ୩୩୦ଟଙ୍କା ଏବଂ ସ୍ଥାବର ସଂପତିର ମୂଲ୍ୟ ୯୪ ଲକ୍ଷ ୨୦ ହଜାର ଟଙ୍କା ମିଶି ସମୁଦାୟ ସଂପତିର ମୂଲ୍ୟ ଥିଲା ୧କୋଟି ୪୦ ଲକ୍ଷ ୩୩ ହଜାର ୩୮୦ ଟଙ୍କା। ୨୦୧୯ରେ ଏହା ୩କୋଟି ୨୦ ଲକ୍ଷ ୪୪ହଜାର ୧୭୬ଟଙ୍କା ଦର୍ଶାଯାଇଛି। ଗତ ୫ ବର୍ଷରେ ରାଧାରାଣୀ ଏବଂ ତାଙ୍କର ପରିବାରର ସଂପତି ୧ କୋଟି ୮୦ ଲକ୍ଷ ୧୦ ହଜାର ୭୯୬ଟଙ୍କା ଅଭିବୃଦ୍ଧି ଘଟିଛି।