ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦୀ’କୁ ବିରୋଧୀମାନେ ବିରୋଧ କରିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାୟୋପିକ୍ ‘ବାଘିନ: ଦ ବେଙ୍ଗଲ୍ ଟାଇଗ୍ରିସ୍’ ଚଳଚ୍ଚିତ୍ରର ପ୍ରଦର୍ଶନ ବିରୋଧରେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି।
ମମତାଙ୍କ ଜୀବନ କାହାଣୀ ଉପରେ ହୋଇଥିବା ଏହି ଚଳଚ୍ଚିତ୍ରଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ ଆଣିଛି। ବିଜେପି ନିର୍ବାଚନ କମିସନଙ୍କୁ ଏକ ପତ୍ର ଲେଖି ଜଣାଇଛି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍କୁ ଟାର୍ଗେଟ କରାଯାଇଛି ତେବେ ମମତା କିପିରି ତାଙ୍କ ବାୟୋପିକ୍ ପ୍ରଦର୍ଶନ କରାଇ ପାରିବେ! ଉଲ୍ଲେଖଯୋଗ୍ୟ, ଗତକାଲି ସିପିଏମ୍ ଦଳ ମଧ୍ୟ ମମତାଙ୍କ ଏହି ବାୟୋପିକ୍ ବରୋଧରେ ସ୍ୱର ଉଠାଇଥିଲା।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦୀ’କୁ ବିରୋଧୀମାନେ ବିରୋଧ କରି ଏହା ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ଆଣି ସାରିଛନ୍ତି। ଏଥିପାଇଁ ତାରିଖ ପରେ ତାରିଖ ଘୁଞ୍ଚି ଚାଲିଥିଲେ ବି ମୋଦୀଙ୍କ ଚଳଚ୍ଚିତ୍ର ଏଯାବତ୍ ମୁକ୍ତିଲାଭ କରିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/mamata-banerjee-1555496102.jpg)