ଭୁବନ: ଢେଙ୍କାନାଳଜିଲ୍ଲା ଭୁବନ ବନାଞ୍ଚଳ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ ଦେଖିବାକୁ ମିଳିଛି । ହାତୀଟି ଗଡନୃସିଂହପ୍ରସାଦ ଗ୍ରାମ ନିକଟରେ ଥିବାବେଳେ ବନବିଭାଗ ଲୋକମାନଙ୍କୁ ହାତୀ ନିକଟକୁ ନଯିବାକୁ ବାରଣ କରାଯାଇଥିଲା । କିନ୍ତୁ ଗଡନୃସିଂହପ୍ରସାଦ ଗ୍ରାମର କାଳିଆ ବେହେରା ବନବିଭାଗ କର୍ମଚାରୀଙ୍କ କଥାକୁ ଅମାନ୍ୟ କରି ଦେଖିବା ପାଇଁ ହାତୀ ନିକଟକୁ ଚାଲିଯାଇଥିଲା । ହଠାତ ହାତୀଟି ଆକ୍ରମଣ କରିଥିଲା । କାଳିଆ ବେହେରାକୁ ଶୁଣ୍ଢରେ ଟେକି ପେଟରେ ଗୋଡ ପକେଇ ଚାପି ଦେଇଥିଲା ।

Advertisment

ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହାତୀ ଗୁରୁତର କାଳିଆକୁ ଛାଡି ପଳାଇଥିଲା । ଗୁରୁତରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଗୁରୁତର କାଳିଆ ବେହେରାଙ୍କ ଅନ୍ତବୁଜୁଳା ବାହାରିଯାଇଥିବାବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କ କଟକ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ଡେଙ୍ଗାବାହାଳୀ ଗ୍ରାମର ଧନେଶ୍ବର କାଣ୍ଡି ଶୌଚ ହେବାକୁ ଯାଉଥିବା ସମୟରେ ଦନ୍ତା ହାବୁଡରେ ପଡିଯାଇଥିଲେ ।

ଦନ୍ତାଟି ଧନେଶ୍ବରଙ୍କୁ ଶୁଣ୍ଢରେ ଟାଣି ଆଣିବା ସମୟରେ ବିଲ ହୁଡା ଯୋଗୁଁ ଜୀବନ ବଞ୍ଚିଯାଇଥିଲା । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଧନେଶ୍ବରଙ୍କୁ ଭୁବନ ମେଡିକାଲକୁ ପଠାଇ ହାତୀଟିକୁ ଘଉଡାଇଥିଲେ।