ହାତୀ ଉଜାଡ଼ିଲେ ଆଳୁ ଫସଲ

ଜଗମୋହନପୁର : ତେଲକୋଇ ବ୍ଲକ୍‌ ସରୁଆଳି ଗ୍ରାମର କଜଳକୁଣ୍ଡ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଆଳୁ ଫସଲ ନଷ୍ଟ କରିଛନ୍ତି । ପ୍ରାୟ ଦେଢ଼ ଏକର ଜମିରେ ହାତୀପଲ ପଶି ମାଡ଼ିଦଳି ଫସଲ ନଷ୍ଟ କରିଛନ୍ତି । ଅଳ୍ପ କିଛି ଆଳୁ ଅମଳ କରି ଘରକୁ ନେଇଥିବାବେଳେ କ୍ଷେତରେ ପ୍ରାୟ ୨୫ କୁଇଣ୍ଟାଲ ଆଳୁ ଥିଲା ବୋଲି ଚାଷୀ ବିନୋଦ ବିହାରୀ ଖୁଣ୍ଟିଆ, ନାଲୁ ବାରିକ, ଶୈଳେନ୍ଦ୍ର ବେହେରା, ସନାତନ ପରିଡ଼ା ଓ କୁମୁଦବନ୍ଧୁ ଖୁଣ୍ଟିଆ କହିଛନ୍ତି । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି । କ୍ଷତିିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ‌ହେଉଛି ।

 

ସମ୍ବନ୍ଧିତ ଖବର