ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଚିରଗୁଣିକୁଦର ନୁଆଁକଟା ଠାରେ ଆଜି ସକାଳ ୮ଟାରେ ଏକ ଦନ୍ତାହାତୀ ମୃତ୍ୟୁ ଘଟିଥିବା ଜନସାଧାରଣ ଦେଖିଥଲେ। ଏହାପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ।

Advertisment

ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଚିରଗୁଣିକୁଦର ନୁଆଁକଟା ଠାରେ ଆଜି ସକାଳ ୮ଟାରେ ଏକ ଦନ୍ତାହାତୀ ମୃତ୍ୟୁ ଘଟିଥିବା ଜନସାଧାରଣ ଦେଖିଥଲେ। ଏହାପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଡିଏଫଓ ରଶ୍ମି ଜି, ଏସିଏଫ୍ ସ୍ବାଧୀନତା ସାହାଣୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଡିଏଫଓ ରଶ୍ମି ଜି, ଏସିଏଫ୍ ସ୍ବାଧୀନତା ସାହାଣୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ବନବିଭାଗ ସହ ସାଇଣ୍ଟିଫିକ୍ ଟିମ୍,ବିଦ୍ୟୁତ ବିଭାଗ ପହଞ୍ଚି ପରୀକ୍ଷାନିରୀକ୍ଷା କରୁଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ଓ ସାଇଣ୍ଟିଫିକ୍ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।