ରାୟଗଡ଼ା/ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଆଜି ସକାଳେ ଏକ ହାତୀର ମୃତଦେହ ଠାବ କରାଯାଇଛି। ଭୀମପୁର ପଞ୍ଚାୟତ ଫୁଲପୁଟି ଗାଁରେ ଉକ୍ତ ହାତୀର ମୃତଦେହ ଦେଖିବାର ମିଳିଛି। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସୂଚନାଯୋଗ୍ୟ, ୬ଟିକିଆ ହାତୀପଲ ମଧ୍ୟରୁ ପୂର୍ବରୁ ୪ଟି ହାତୀଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ହାତୀର ଆଜି ମୃତ୍ୟୁ ଘଟିଛି।
ଗୁଣୁପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତ ଫୁଲପୁଟି ଗାଁରେ ଆଜି ଏକ ହାତୀର ମୃତଦେହ ଦେଖିବାକୁ ମିଳିଛିI ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛିI ଗ୍ରାମବାସୀମାନେ ସକାଳୁ ହାତୀର ମୃତଦେହ ଦେଖି ଗୁଣୁପୁର ବନ ବିଭାଗକୁ ଖବର ଦେଇଥିଲେI ଗତବର୍ଷ ଗୁଣୁପୁର ଅଂଚଳର ୪ଟି ହାତୀ ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ଅଞ୍ଚକର କାଟ୍ରାଗଡାରେ ବିଦ୍ୟୁତ ଟ୍ରାନ୍ସଫରମର ସଂଯୋଗରେ ଆସି ମୃତ୍ୟୁବରଣ କରିଥିଲେI ଘଟଣାସ୍ଥଳେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛିI
ରାତିରେ ଏହି ଘଟଣା ହୋଇଥିବା ଗ୍ରାମବାସୀମାନେ କହିଛନ୍ତିI ଗୁଣୁପୁର ବନାଞ୍ଚଳରେ ଥିବା ୬ଟି ହାତୀ ମଧ୍ୟରୁ ପାଞ୍ଚଟି ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିସାରିଲେଣିI ଆଉ ମାତ୍ର ଗୋଟିଏ ହାତୀ ଗୁଣୁପୁର ବନାଞ୍ଚଳରେ ରହିଯାଇଛିI
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2023/06/elephant-narasinghpur-603x430-4.jpg)