ରୁପ୍ରା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ୍ ଅଧୀନ ପରଲସିଙ୍ଗା ଭାୟା ସଉଁରାପଦର ଯିବା ରାସ୍ତା ପାର୍ଶ୍ବର ଏକ ଗାତରେ ଜଙ୍ଗଲୀ ହାତୀ ଫସି ରହିଥିବା ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ତେବେ ଘଟଣାସ୍ଥଳକୁ ବର୍ତ୍ତମାନ ସୁଦ୍ଧା କୌଣସି ବନ ବିଭାଗ କର୍ମଚାରୀ ଆସିନଥିବା ଜଣାପଡିଛି।
ଉକ୍ତ ଅଞ୍ଚଳରେ କିଛିଦିନ ହେଲା ପ୍ରାୟ ୧୫/୨୦ ଟିକିଆ ହାତୀପଲ ରହି ଫସଲ ନଷ୍ଟ କରୁଥିବା ବେଳେ ଆଜି ସକାଳୁ ଏଭଳି ଘଟଣା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି, ଉକ୍ତ ହାତୀ ଦେଖିବାକୁ ଲୋକଙ୍କ ସୂଅ ଛୁଟୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/pFdeXiXRS90MZXBxWPjI.jpeg)