ପଶୁମାନେ ବି ବୁଝନ୍ତି ମନର କଥା: ରାଗିଥିବା ମାଲିକଙ୍କ ରାଗଶାନ୍ତ କଲା ହାତୀ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଜିନ୍ଦେଗୀ.ଗୁଲଜାର.ଏଚଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ଏକ ହାତୀ ଦେଖିବାକୁ ମିଳୁଛି। ଯାହାର ଶରୀରରେ ଚନ୍ଦନ ଲିପାଯିବା ସହିତ ମଥାରେ ଓଁ ଲେଖାହୋଇଛି। ପାଦରେ ଲାଲରଙ୍ଗର ଅଳତାରେ ସଜା ଯାଇଛି। ଏଥିସହିତ ଗଳାରେ ଏକ ଘଣ୍ଟି ବି ବନ୍ଧା ଯାଇଛି।  ହାତୀ ସହିତ ପିଞ୍ଜରାରେ ଜଣେ ବ୍ୟକ୍ତି ଅଛନ୍ତି। ଯିଏକି ହାତରେ ଏକ ବାଡ଼ି ଧରିଛନ୍ତି।

ଭିଡିଓ ଦେଖି ଏମିତି ଲାଗୁଛି କି ବ୍ୟକ୍ତି ଜଣକ ହାତୀ ଉପରେ ରାଗି ଯାଇଛନ୍ତି। ହାତୀ ତାଙ୍କ ରାଗ ଶାନ୍ତ କରିବା ପାଇଁ ଚେଷ୍ଟା କରୁଛି।

ରାଗି ଯାଇଥିବା ବ୍ୟକ୍ତି ଜଣକଙ୍କୁ ପାଖରୁ ଚାଲି ଯାଉଥିବା ଦେଖି ହାତୀ ତାଙ୍କ ହାତରୁ ବାଡ଼ି ଛଡ଼ାଇ ଆଣି ନିଜ ମୁହଁରେ ଧରୁଛି। ଏହାପରେ ଶୁଣ୍ଢରେ ବ୍ୟକ୍ତିଙ୍କ ହାତକୁ ଧରି ନିଜ ଆଡକୁ ଟାଣୁଛି। ହାତୀର ଏଭଳି ସ୍ନେହ ଦେଖି ବ୍ୟକ୍ତିଙ୍କ ମନ ତରଳି ଯାଉଛି। ଏହାପରେ ସେ ହାତୀକୁ ଗେଲ କରୁଛନ୍ତି।

 

ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ବାସ୍ତବରେ ହୃଦୟସ୍ପର୍ଶ ରହିଛି।

ସମ୍ବନ୍ଧିତ ଖବର