ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ବଣାଇ ରେଞ୍ଜର ପ୍ରାୟ ୫ଟି ପଂଚାୟତ ଅଂଚଳରେ ଗୋଟିଏ ଗୋଠଛଡ଼ା ଦନ୍ତା ହାତୀ ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ହେଲା ଗାଁ ଗାଁରେ ପଶି ଘର ଭାଙ୍ଗିବା ସହିତ ଉତ୍ପାତ କରି ଚାଲିଥିଲା। ଏ ନେଇ ଅଂଚଳବାସୀ ଏହି ହାତୀକୁ ଟ୍ରଙ୍କୁଳାଇଜ୍ କରିବା ଲାଗି ବଣାଇ ଡିଏଫଓଙ୍କୁ ଅବଗତ କରିଥିଲେ। ପରେ ବଣାଇ ଡିଏଫଓ ବନ ଅଧିକାରୀଙ୍କ ସହଯୋଗରେ ଟ୍ରଙ୍କୁଲାଇଜ୍ ଲାଗି ଅନୁମତି ପାଇଥିଲେ।
ଏହାପରେ ସ୍ବତନ୍ତ୍ର ଟିମ ହାତୀ ଉପରେ ନଜର ରଖିବା ପରେ ଶେଷରେ ଗତକାଲି ରାତିରୁ ହାତୀର ଗତିଵିଧି ନଜର ରଖିଥିଲେ। ରାତି ୧୨ଟା ପରେ ହାତୀକୁ ଟ୍ରଙ୍କୁଳାଇଜ୍ କରି ରେଡ଼ିଓକାଲ୍ଲାର ଲଗାଯାଇଥିଲା।ଏହି ଟ୍ରଙ୍କୁଳାଇଜ୍ କାମରେ ବଣାଇ ଡିଫଓ ଲଳିତ ପାତ୍ରଙ୍କ ନେତୃତ୍ୱରେ, ବଣାଇ ଏସିଏଫ୍ ଜଗନ୍ନାଥ ପ୍ରସାଦ ବିଶୋଇ, ବଣାଇ ଡିଭିଜନର ସମସ୍ତ ରେଞ୍ଜର, ଫରେଷ୍ଟର, ଗାର୍ଡ,ଏଲିଫଣ୍ଟ ସ୍କୁୟାର୍ଡ଼, ବାରିପଦା, ଶିମିଳିପାଳର ଷ୍ଟାଫଙ୍କ ସହିତ ଡାକ୍ତର, ଟ୍ରାଙ୍କୁଳାଇଜାର ଟିମ୍ ନିୟୋଜିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/87F1d1nD17C1JDEYCVcH.jpg)