ବିନିକା: ଗତକାଲି ବିନିକା ବନବିଭାଗକୁ ହାତୀପଲ ଚକମା ଦେଖାଇ ରାତିସାରା ରାଜ୍ କଲେ ୫ଟିକିଆ ହାତୀପଲ। ଏଣେ ରାତି ଅନିଦ୍ରା ହେଲେ ଚାଷୀ। ଗତକାଲି ବନବିଭାଗ ଉଲୁଣ୍ଡା ପଟରୁ ହାତୀ ବିନିକା ଅଞ୍ଚଳକୁ ପ୍ରବେଶ ଯେପରି ନକରନ୍ତି, ସେଥିପାଇଁ ମହାନଦୀ କଡ଼ରେ ତିନୋଟି ଜାଗାରେ ରହି ତିକ୍ଷ୍ଣ ନଜର ରଖିଥିଲେ। କିନ୍ତୁ ସେହି ରାସ୍ତାରେ ନ ଆସି ବିନିକାର ଗ୍ରିଡ୍ ପାଖରେ ବିନିକା ଅଞ୍ଚଳକୁ ପ୍ରବେଶ କରିଥିବାରୁ ଚାଷୀ କଟାକ୍ଷ କରି ହାତୀ ବନବିଭାକୁ ଚକମା ଦେଲେ ବୋଲି ଆଲୋଚନା କରୁଛନ୍ତି। ଏଥିପାଇଁ ବ୍ୟାପକ କ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସୋମବାର ଦିନ ଭୋର ସମୟରେ ସୋନପୁର ରେଞ୍ଜ ଅଧୀନ ଖଲିଆପାଲି ଅଞ୍ଚଳରୁ ପାର ହୋଇଥିବା ବିନିକା ରେଞ୍ଜର ଡ଼ମ୍ବରୁଧର ପଧାନ ପ୍ରକାଶ କରିଛନ୍ତି। ଏଥିପାଇଁ ଗତକାଲି ଠାରୁ ବିନିକା ଅଞ୍ଚଳରେ ବିଦ୍ୟୁତ ସରହରାହ ବନ୍ଦ ରହିଥିଲା। ତେବେ ହାତୀ ଚାଲିଯିବାପରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି।
ସୂଚନାଯୋଗ୍ୟ, ବିନିକା ଅଞ୍ଚଳରେ ସଞ୍ଜ ହେଲା ମାତ୍ରେ କିଛିଦିନ ହେଲା ବଣୁଆ ହାତୀପଲଙ୍କ ପାଇଁ ଚାଷୀ ଓ ଜନସାଧାରଣଙ୍କ ମଧ୍ୟରେ ଭୟ ବାତାବରଣ ଦେଖା ଦେଇଛି। ବିନିକା ଅଞ୍ଚଳକୁ ଧାନ ଅମଳ ସମୟରେ ହାତୀପଲ ଆସି ଚାଷୀଙ୍କ ବ୍ୟାପକ କ୍ଷତି କରିଥାନ୍ତି। ବର୍ତ୍ତମାନ ଚାଷୀଙ୍କ ଅମଳ ସମୟ ହେଉଥିବାରୁ ପୁଣି ଅନ୍ୟ ବର୍ଷ ପରି ହାତୀପଲ ବିନିକା ମୁହାଁ ହୋଇଥିବାରୁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ବିନିକା ଅଞ୍ଚଳରେ ବନ୍ୟଜନ୍ତୁ ପାୁଇଁ ଚାଷୀ ପ୍ରତିବର୍ଷ କ୍ଷତି ସହିବାକୁ ପଡ଼ିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/05/elephant.jpeg)