ରାଉରକେଲା: ଜନବସତି ମୁହାଁ ହାତୀପଲଙ୍କୁ ରୋକିବାକୁ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସୋଲାର ଫେନ୍ସିଂ କରାଯାଇଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ସୋଲାର ଫେନ୍ସିଂ କାମରେ ଆସୁ ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଧିକାଂଶ ସ୍ଥାନରେ ସୋଲାର ଫେନ୍ସିଂର ଚିହ୍ନବର୍ଣ୍ଣ ନାହିଁ। କେଉଁଠି ସୋଲାରଫେନ୍ସିଂ ଥିଲେ ହେଁ ଜନବସତିମୁହାଁ ହେଉଥିବା ହାତୀପଲଙ୍କୁ ରୋକିପାରୁନି। ହାତୀପଲ ସେହିବାଟ ଦେଇ ଜନବସତିକୁ ଆସୁଛନ୍ତି। ଘର ଭାଙ୍ଗିବା ସହ, ଏକର ଏକର ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ହାତୀପଲଙ୍କ ଘୋଡାଇବାକୁ ଯାଇ କିଛି ଲୋକଙ୍କର ମଧ୍ୟ ଜୀବନ ଯାଉଛି। କେବଳ ସୋଲାର ଫେନ୍ସିଂ ନୁହେଁ ଟ୍ରେଞ୍ଚ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ଉଭୟ ଟ୍ରେଞ୍ଚ ଓ ସୋଲାରଫେନ୍ସିଂ କାମରେ ବନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି।
ସୁନ୍ଦରଗଡ଼ ବନଖଣ୍ଡ ଅଧିନରେ ସୋଲାର ଫେନ୍ସିଂରେ ୭୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ବ୍ରାହ୍ମଣମରାରୁ କେନ୍ଦୁଡିହି ପର୍ଯ୍ୟନ୍ତ ୧୫ ଲକ୍ଷ ଟଙ୍କା ଖର୍ଚ୍ଚରେ ସୋଲାର ଫେନ୍ସିଂ କରାଯାଇଛି। ତିଲେଇମାଲ୍ଟିରେ ୧୫ ଲକ୍ଷ, ରାହୁଲଡେଗା ସେକ୍ସନର ତଲିଜୋର ଗ୍ରାମରେ ୧୦ ଲକ୍ଷ, ତୁଡାଲଗା ସେକ୍ସନର କଡ଼ପଡ଼ା ଗାଁରେ ୨ ଲକ୍ଷ , ବିର୍ତୋଳାରୁ କରାପଡ଼ା ପର୍ଯ୍ୟନ୍ତ ସୋଲାର ଫେନ୍ସିଂରେ ୬ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେମିତି ପାଣ୍ଡେମାଲ ଗାଁ ପାର୍ଶ୍ବ ଓ ବିନ୍ଦୁଝରିଆରେ ୧୦ ଲକ୍ଷ ଲେଖାଏଁ ଖର୍ଚ୍ଚ କରାଯାଇଛି। ବଣାଇ ବନଖଣ୍ଡ କୋଇଡା ରେଞ୍ଜ ଅନ୍ତର୍ଗତ କଦଳିଆ ଗାଁ ନିକଟରେ ସାଢ଼େ ୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରାୟ ୨ କି.ମି. ବଣାଇ ରେଞ୍ଜର କସଡ଼ା ଗାଁରେ ପ୍ରାୟ ୩ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ୧ କି.ମି ତିନିଟି ସୋଲାର ଫେନ୍ସିଂ କରାଯାଇଛି। କଣ୍ଟସରା ଗାଁ ନିକଟରେ ୪ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ୧.୫ କି.ମି., ବରସୁଆଁ ରେଞ୍ଜର ରେମ୍ଗା ଗାଁ ନିକଟରେ ପ୍ରାୟ ୯ ଲକ୍ଷ ଟଙ୍କା ବ୍ୟୟରେ ୩ କି.ମି., ସୋଲ୍ ରେଞ୍ଜର ଫଟାଟାଙ୍ଗର ଗାଁ ନିକଟରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବ୍ୟୟରେ ୫୦୦ ମିଟର ଦୂରତାର ସୋଲାର ଫେନ୍ସିଂ କରାଯାଇଛି।

ଅନୁରୂପ ଭାବେ ଜର୍ଡା ରେଞ୍ଜର କିଣ୍ଡା ଗାଁରେ ୮ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟରେ ୩ କି.ମି. ସୋଲାର ଫେନ୍ସିଂ ମଧ୍ୟ କରାଯାଇଛି। କେବଳ ଏତିକି ନୁହେଁ ରାଉରକେଲା ରେଞ୍ଜରେ ପାଖାପାଖି ୭୦ ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ, ବିଶ୍ରା, ବାଙ୍କି, ରାଜଗାଙ୍ଗପୁର ଆଦି ରେଞ୍ଜରେ ସୋଲାର ଫେନ୍ସିଂ କାମ କରାଯାଇଛି। ପ୍ରଧାନପାଲୀ କୋଏଲନଦୀ ପାର୍ଶ୍ବରେ କରାଯାଇଥିବା ସୋଲାର ଫେନ୍ସିଂ କାମରେ ଆସୁନି। ଅନ୍ୟ ରେଞ୍ଜରେ ମଧ୍ୟ କିଛି ସ୍ଥାନରେ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳୁଛି। ତେବେ କୋଟି କୋଟି ଟଙ୍କା ବ୍ୟୟରେ ବନଖଣ୍ଡ ଅଧୀନରେ ହେଉଥିବା ସୋଲାର ଫେନ୍ସିଂ କାମ ମାନକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ସୋଲାର ଫେନ୍ସିଂ ଖର୍ଚ୍ଚ ଅର୍ଥ ସଠିକ୍ଭାବେ ବିନିଯୋଗ ହୋଇଛି କି ନାହିଁ, ତା’ର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/24/Hh2quH8oTjULbwqbagqy.jpg)