ବିନିକା: ବିନିକା ଅଞ୍ଚଳରେ ସଂଞ୍ଜ ହେବା ମାତ୍ରେ କିଛିଦିନ ହେଲା ବଣୁଆ ହାତୀପଲଙ୍କ ପାଇଁ ଚାଷୀ ଓ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ବିନିକା ଅଞ୍ଚଳକୁ ଧାନ ଅମଳ ସମୟରେ ହାତୀପଲ ଆସି ଛାଷୀମାନଙ୍କ ବ୍ୟାପକ କ୍ଷତି କରୁଛନ୍ତି। ବର୍ତ୍ତମାନ ଚାଷୀଙ୍କ ଅମଳ ସମୟ ହେଉଥିବାରୁ ପୁଣି ଅନ୍ୟ ବର୍ଷ ପରି ହାତୀପଲ ବିନିକା ମୁହାଁ ହୋଇଥିବାରୁ ଛାଷୀ ଚିନ୍ତାରେ ପଡ଼ି ଯାଇଛି।ବିନିକା ଅଞ୍ଚଳରେ ପ୍ରତ୍ୟେକ ସମୟରେ ବନ୍ୟଜନ୍ତୁ ପାଇଁ ଚାଷୀ ପ୍ରତ୍ୟକ ବର୍ଷ କ୍ଷତି ସହିବାକୁ ପଡ଼ିଥାଏ।
ବିନିକା ଅଞ୍ଚଳକୁ ଧାନ ଅମଳ ସମୟରେ ହାତୀ ପଲ ଆସି ଛାଷୀମାନଙ୍କ ବ୍ୟାପକ କ୍ଷତି କରୁଛନ୍ତି। ବର୍ତ୍ତମାନ ଚାଷୀଙ୍କ ଅମଳ ସମୟ ହେଉଥିବାରୁ ପୁଣି ଅନ୍ୟ ବର୍ଷ ପରି ହାତୀପଲ ବିନିକା ମୁହାଁ ହୋଇଥିବାରୁ ଛାଷୀ ଚିନ୍ତାରେ ପଡ଼ି ଯାଇଛି।ବିନିକା ଅଞ୍ଚଳରେ ପ୍ରତ୍ୟେକ ସମୟରେ ବନ୍ୟ ଜନ୍ତୁ ପାଇଁ ଚାଷୀ ପ୍ରତ୍ୟକ ବର୍ଷ କ୍ଷତି ସହିବାକୁ ପଡ଼ିଥାଏ।
୨ ଦିନ ତଳେ ସଞ୍ଜ ହେଲା ପରେ ସୋନପୁର ରେଞ୍ଜ ଅଧିନ ଖଲିଆପାଲି ଅଞ୍ଚଳରୁ ଅଙ୍ଗନଦୀ ପାର ହୋଇ ବିନିକା ରେଞ୍ଜ ଅଞ୍ଚଳରୁ ଦୁଇଗୋଟି ହାତି ଆସି କର୍ତ୍ତଙ୍ଗ ହାଇସ୍କୁଳ କଡ଼ରେ ସୋନପୁର - ବିନିକା ମୁଖ୍ୟ ରାସ୍ତା ପାର ହୋଇଥିବା ସହ କର୍ତ୍ତଙ୍ଗ ମହାନଦୀ ଘାଟ ଦେଇ ଉଲୁଣ୍ଡା ରେଞ୍ଜ ଅଞ୍ଚଳକୁ ଯାଇଥିବା ବିନିକା ରେଞ୍ଜର ଡ଼ମ୍ବରୁଧର ପଧାନ ପ୍ରକାଶ କରିଛନ୍ତି। ଏଥିପାଇଁ ବିନିକା ରେଞ୍ଜ ସମସ୍ତ କର୍ମଚାରୀ ହାତୀପଲ ପାଇଁ ଜନସାଧାରଣଙ୍କ ଯେପରି କ୍ଷତି ନ ହେବ ସେଥିପ୍ରତି ତୀକ୍ଷ୍ଣ ନଜର ରଖୁଥିବା ବନବିଭାଗ ପ୍ରକାଶ କରିଛନ୍ତି। ଏଥିପାଇଁ ସନ୍ଧ୍ୟାରୁ ବିନିକା ବିଦ୍ୟୁତ ସେବା ବନ୍ଦ ଥିବାଳେ ହାତୀ ଚାଲିଯିବାପରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/nahQnadpkxKObeo9Teee.jpg)
