ବାଂଲାଦେଶରେ ସ୍ବାଭାବିକ ହେଲା ବିଦ୍ୟୁତ୍ ଯୋଗାଣ

ଢାକା : ମଙ୍ଗଳବାରର ଗ୍ରୀଡ ବିଫଳତା ପରେ ବାଂଲାଦେଶରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଛି । ଏହା ଫଳରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି । ତେବେ କେଉଁ କାରଣରୁ ଏହି ଗ୍ରୀଡ ବିଫଳତା ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହାର ତଦନ୍ତ ପାଇଁ ବାଂଲାଦେଶ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ।

ଏକ ସ୍ବାଭାବିକ ଆକଳନ ହେଉଛି ଯେ ବିଦ୍ୟୁତ ଯୋଗାଣ ତୁଳନାରେ ଚାହିଦା ହଠାତ ବଢିଗଲେ ଗ୍ରୀଡ୍ ବିଫଳ ହୋଇଥାଏ ।

ବଂଲାଦେଶର ଅଧିକାଂଶ ଅଂଶକୁ ପ୍ରଭାବିତ କରିଥିବା ଏହି ବ୍ଲାକଆଉଟ୍ ମଙ୍ଗଳବାର ଅପରାହ୍ଣ ୨ଟା ରେ ଆରମ୍ଭ ହୋଇଥିଲା ।  ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ (ବିପିଡିବି) ଏବଂ ବାଂଲାଦେଶର ପାୱାର ଗ୍ରୀଡ କମ୍ପାନୀ (ପିଜିସିବି)ର ଅଧିକାରୀମାନେ କହିଛନ୍ତି ଯେ ପ୍ରଥମେ ଦେଶର ପୂର୍ବ ଭାଗରେ ପାୱାର ଗ୍ରୀଡ ବିଫଳ ହୋଇଯାଇଥିଲା । ଏହା ପରେ ଅନ୍ୟ ଟ୍ରାନ୍ସମିସନ ଗ୍ରୀଡଗୁଡ଼ିକ ବି ବିଫଳ ହୋଇଯାଇଥିଲେ । ଏହା ଫଳରେ ଢାକା, ଚିତ୍ରକୋଣ୍ଡା, ସିଲହେଟ୍, ବାରିସାଲ୍ ଏବଂ ମାଇମେନସିଂହ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ରାୟପୁର ଅଞ୍ଚଳର କେବଳ କିଛି ଜିଲ୍ଲାରେ ସ୍ଥିତି ସ୍ବାଭାବିକ ଥିଲା ।

ଏହି ବ୍ଲାକଆଉଟ ଫଳରେ ଢାକାର ଅନେକ ବଡ଼ ବଡ଼ ସପିଂ ମଲ୍ ମଙ୍ଗଳବାର ସନ୍ଧ୍ୟାରେ ବନ୍ଦ ହୋଇଯାଇଥିଲା। କେତେକ ଅଂଚଳରେ ଲୋକେ ଜେନେରେଟର ଖୋଜିବାରେ ବ୍ୟସ୍ତ ଥିବାବେଳେ ଆଉ କିଛି ଲୋକ ମହମବତୀର ଭରସାରେ ରହିଥିଲେ ।

ସମ୍ବନ୍ଧିତ ଖବର