ରାଉରକେଲା : ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳି କରିଛି ରାଉରକେଲା ପୁଲିସ l ଦୁର୍ଦ୍ଦାନ୍ତ ଅପରାଧୀ ଜଣକ ଝାଡ଼ଖଣ୍ଡ ଆନନ୍ଦପୁର ଅଂଚଳର ବ୍ୟାସ ଲକୁଆ l ବିଶ୍ରା ଥାନା ଅକ୍ଷୟଶିଲା ଜଳପ୍ରପାତ ନିକଟରେ ଘଟିଛି ଘଟଣା l ଗୁଳିଟି ଦୁର୍ଦ୍ଦାନ୍ତ ଅପରାଧୀର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି l
ଗୁରୁତର ବ୍ୟାସ ନାଁରେ ସୁନ୍ଦରଗଡ଼ ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟରେ ଅନେକ ମାମଲା ରହିଛି l ସୁପାରୀ କିଲର ଭାବରେ କାମ କରୁଥିବା ଏହି ଅପରାଧୀ ନାଁରେ ଦାଦାବଟି, ଲୁଟପାଟ ଭଳି ଅନେକ ସଂଗୀନ ମାମଲା ରହିଛି l ବ୍ୟାସ ନୂଆଗାଁର ଜଣେ ବାଲି ମାଫିଆଙ୍କ ଘନିଷ୍ଠ ସହଯୋଗୀ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/12/ZOKdnTrVQt5zzxRdNB5Y.jpg)