ସମ୍ବଲପୁରରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ ଆହତ

ସମ୍ବଲପୁର : ସମ୍ବଲପୁରରେ ପୁଣି ଏନକାଉଣ୍ଟର । ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କୁଲୁଥକାନି-ପୁଟୀବନ୍ଧ ରାସ୍ତାରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ ଆହତ ହୋଇଛି । ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତ୍ରିଦେବ ଏବଂ ତାର ଦୁଇ ଜଣ ସହଯୋଗୀ ଏକ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଯାଇଥିଲା । ତ୍ରିଦେବକୁ ପୁଲିସ ଧରିବାକୁ ଉଦ୍ୟମ କରିବା ସମୟରେ ତ୍ରିଦେବ ପୁଲିସ ଉପରକୁ ଗୁଳି ଚଳାଇଥିଲା । ତାପରେ ପାଲଟା ଗୁଳିମାଡ଼ କରିଥିଲା ପୁଲିସ୍ ।

 

Image result for sambalpur police

ତ୍ରିଦେବର ବାମ ଗୋଡରେ ଗୁଳି ବାଜିଛି । ତ୍ରିଦେବ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ୩୦ ହଜାର ନଗଦ ଟଙ୍କା ଓ ଗୋଟିଏ ଖେଳନା ବନ୍ଧୁକ ଜବତ କରିଛି ପୁଲିସ୍ । ତ୍ରିଦେବ ନାମରେ ସମ୍ବଲପୁରର ବିଭିନ୍ନ ଥାନାରେ ୫ଟି ମାମଲା ରହିଛି । ତେବେ ଘଟଣାସ୍ଥଳରୁ ତ୍ରିଦେବର ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଗତ ୨ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ମୌସିମ ଅଖତାରକୁ ପୁଲିସ ଏନକାଉଂଟର କରିଥିଲା ।

ସମ୍ବନ୍ଧିତ ଖବର